ରିପୋର୍ଟ :(ଦେବାଶିଷ ମହାରଣା )
କୋଦଳା : ତିନି ଆନ୍ତରାଷ୍ଟ୍ରୀୟ କୁଖ୍ୟାତ ଡକାୟତଙ୍କୁ ଗିରଫ କରି ଚଲାଇ ଚଲାଇ ଆଣିଲା କୋଦଳା ପୋଲିସ | ଓଡିଶାର ଚୌଦ୍ୱାର ,କଟକ,ପୁରି, ଖଲିକୋଟ, ଖୋର୍ଦ୍ଦା,ଭୁବନେଶ୍ୱର ଏବଂ ଓଡିଶା ବାହାରେ ମଧ୍ୟ ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗ ନିଜର ଅପରାଧିକ କାର୍ଯ୍ୟ କଳାପ ଜାରୀ ରଖିଥିଲେ | ଗତ କିଛି ଦିନ ତଳେ ଏକ କଞ୍ଚଣା ଗ୍ରାମର ଏକ କୁକୁଡା ଫାର୍ମ ମାଲିକ ଙ୍କ ଫାର୍ମରେ ପସି ମାରିଦେବାର ଧମକ ଦେବା ସହ ଦାଦାବଟି ମାଗିଥିଲେ | ଏହି ଘଟଣାର ତଦନ୍ତ କରୁଥିବା କୋଦଳା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଜଣେ ଅଭିଜୁକ୍ତ ଙ୍କୁ ଗଞ୍ଜାମ ଜିଲ୍ଲା ପୁରୁଷତମପୁର ଥାନା ଇଲାକାରୁ ଧରି ଥିବା ବେଳେ ଅନ୍ଯ ଦୁଇଜଣ ଡକାୟତ ଙ୍କୁ ପଞ୍ଚିମବଙ୍ଗ ରୁ ଧରାଯାଇଥିବା ଜଣାପଡିଛି | ଏହି ଡକାୟତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ମାଣିକ ପୁର ଗ୍ରାମର ବିଭୁ ଜେନା,ବାଟ ବ୍ରହ୍ମପୁର ଗ୍ରାମର ରାମ ପାଲ ଓ ବେଗୁନିଆପଡା ଥାନା ଅନ୍ତର୍ଗତ ଭାଲିଆଝର ଗ୍ରାମର ସଞ୍ଜୟ ବାରିକ | ସେମାନଙ୍କ ଠାରୁ 6 ଗୋଟି ବୋମା ,ଗୋଟିଏ ପିସ୍ତଲ,8 ଗୋଟି ଜିବନ୍ତ ଗୁଳି ଜବତ କରାଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ |
More Stories
କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ।
ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପର ୪ ଅଧିକାରୀ ଗିରଫ ।
ବନ୍ଧୁକ ଦେଖାଇ ମହିଳାଙ୍କ ସୁନାଚେନ୍ ଲୁଟ୍ l