କପିଳେଶ୍ଵରସିଂହଙ୍କରିପୋର୍ଟ)
ଓଡିଶା ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରାଙ୍କ ମନ୍ଦିରରୁ ଲୁଟ। ଗତକାଲି ରାତିରେ ହୋଇଛି ଲୁଟ।ଲୁଟେରା ମାନେ ଗତକାଲି ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗିଭିତରେ ପଶି ମା” ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି।ମନ୍ଦିର ଭିତରେ ପଶି ମା”ଙ୍କର ସୁନା ମୁକୁଟ,ଅଣ୍ଟା ପଟି,ହାର,ହାତ ପଲା,ଆଖି ମଥା ଚିତା,ହାତ ପଟି ଓ ମା” ଙ୍କର ଅଳଙ୍କାର ରଖା ଯାଇଥିବା ବାକ୍ସ ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଥିବା ଜଣା ପଡିଛି।ଘଟଣା ସ୍ଥଳରେ ଭୂଷଣ୍ଡପୁର ଓ ଟାଙ୍ଗୀ ପୋଲିସ ପହଞ୍ଚି ଥିବା ବେଳେ ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି କରୁଛି ତଦନ୍ତ।ମନ୍ଦିର ର ସୁରକ୍ଷା ପାଇଁ ମାଙ୍କ ସମ୍ପୁର୍ଣ ଅଂଚଳକୁ CC TV ବ୍ୟବସ୍ଥା ସହ ଘରୋଇ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ ଚୋରୀ ହୋଇଥିବା ଜଣା ପଡିଛି।ଏହି ଚୋରୀ ପ୍ରଥମ ଘଟଣା ନୁହେଁ ବାରମ୍ବାର ଲୁଟେରା ମାନେ ଏହି ମନ୍ଦିରକୁ ଟାର୍ଗେଟ କରୁଥିବାରୁ ମନ୍ଦିର ସୁରକ୍ଷାକୁ ଦ୍ରୁଢନିଶ୍ଚିତକରିଵା ଜରୁରୀ ହୋଇପଡିଛି।ଚୋରିପରେ ମନ୍ଦିରରେ ପୂଜାନୀତିରେ କିଛିସମୟ ବିଳମ୍ବ ହୋଇଥିଲା,ପରେ ସ୍ଥାନୀୟ ପ୍ରଶାସନ ଓ ପୂଜକମାନଙ୍କ ସହ ଆଲୋଚନାପରେ ମା” ଙ୍କର ମହାସ୍ନାନ ନୀତି ସମାପନ ହୋଇ ପୂଜା ନୀତି ବିଳମ୍ବରେ ଆରମ୍ଭ ହୋଇଥିଲା।ଏବେ ଭାକ୍ତ ମାନେ ମା” ଙ୍କୁ ଦର୍ଶନ କରୁଛନ୍ତି ପୁଣି କୋଳାହଳ ହୋଇ ଉଠିଛି ଉଗ୍ରତାରା ପୀଠ।ବର୍ତ୍ତମାନ ସୁଦ୍ଧା ଲୁଟେରା ମାନଙ୍କ ଟେରପାଇନାହିଁ ପୋଲିସ।ଲୁଟେରା ମାନଙ୍କୁ ଶିଘ୍ର ଧରାଯାଇ ଗିରଫ କରି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,କିଶୋର ଚନ୍ଦ୍ର ମୁଣ୍ଡୁ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.