ରିପୋର୍ଟ- ମୋହନଲାଲ ସୁନା
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ପଞ୍ଚାୟତର ସରପଞ୍ଚ ସଂଘ ଆଜି ଜିଲ୍ଲା ସରପଞ୍ଚ ସଂଘର ସଭାପତି ଜଳନ୍ଧର ମାଝୀଙ୍କ ନେତୃତ୍ୱରେ ସମସ୍ତେ ଏକାଠି ହୋଇ ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଗିରଫ୍ କରିବା ନେଇ ତାଙ୍କ ବିରୋଧରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଏହି ଏତଲାକୁ ଗ୍ରହଣ କରିଛନ୍ତି। ଉଲ୍ଲେଖ ଏତଲା ଅନୁଯାୟୀ ଗତ ମାସ ୨୯ ତାରିଖ ଦିନ ବିଧାୟକ ଶ୍ରୀ ଗଣ୍ଡ ଗଣମାଧ୍ୟମ ଆଗରେ ଦେଇଥିବା ବୟାନ ଅନୁସାରେ ବିଜେଡି କୁ ସମର୍ଥନ କାଟୁଥିବା ସରପଞ୍ଚ ଓ ସେମାନଙ୍କ କାର୍ଯ୍ୟକର୍ତ୍ତା ମାନେ ଟଙ୍କା ଖାଇ ହିତାଧିକାରୀ ମାନଙ୍କୁ ବାସଗୃହ ବଣ୍ଟନ କରିବା ସହ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଥିଲେ।ଏହା ଫଳରେ ସରପଞ୍ଚ ମାନଙ୍କ ମାନସମ୍ନାନ ଉପରେ ଆଞ୍ଚ୍ ଆସିବା ସହ ମାନସିକ ଚାପ ହେଉଥିବା ଏତଲାରେ ଉଲ୍ଲେଖ ରହିଛି।ଏଥି ସହ ବିଧାୟକ ଶ୍ରୀ ଗଣ୍ଡ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଗିରଫ କରିବା ପାଇଁ କୁହାଯାଇଛି। ଏତଲା ଦେବା ସମୟରେ ବ୍ଲକ ସରପଞ୍ଚ ସଂଘର ସଭାପତି ଶ୍ରୀମତୀ ଗଙ୍ଗେଶ୍ଵରି ପୂଜାରୀ,କୋଇଲିମୁଣ୍ଡା ସରପଞ୍ଚ ହରଲାଲ ଝାଙ୍କର, ଧୋଡ଼ିପାଣି ସରପଞ୍ଚ ଦୂଳଭ ପୂଜାରୀ,କୁହୁଡି ସରପଞ୍ଚ ଉଜଳଦେଇ ମାଝୀଙ୍କସ୍ଵାମୀ ରାମଲାଲ ମାଝୀ, ମାଳଗାଁ ସରପଞ୍ଚ , ଅଜିତ ପୋଟ୍ଟା ଗମ୍ଭାରିଗୁଡ଼ା ସରପଞ୍ଚ ମଥୁରା ପୂଜାରୀ ଙ୍କ ସ୍ଵାମୀ ଚେନ୍ ସିଂ ପୂଜାରୀ ଅନକାବେଡା ସରପଞ୍ଚ ଚନ୍ଦ୍ରିକା ମରେଇ ଙ୍କସ୍ଵାମୀ ଦିନବନ୍ଧୁମାଝୀ, ସରଧାପୁର ସରପଞ୍ଚ ଶ୍ରୀମତୀ ଲେବନି ମାଝୀ ଙ୍କ ଶ୍ୱଶୁର ଗୁଣଧର ମାଝୀ, ଦଳବେଡା ସରପଞ୍ଚ କଲ୍ୟାଣୀ ନାୟକ ଙ୍କସ୍ଵାମୀ କୈବଲ୍ୟ ମାଝୀ, ଜମାଦାରପଡ଼ା ସରପଞ୍ଚ କୃଷ୍ଣ ଜାନି ପ୍ରମୁଖ ଉପସ୍ଥିତ ଥିଲେ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।