ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା, ୪ /୭/୨୩ : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ
ଡ. ସୁରେଶ ଚନ୍ଦ୍ର ଦଳାଇ ମଙ୍ଗଳବାର ଦିନ ରାଉରକେଲା ଗସ୍ତରେ ଆସି ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି। ଏହା ସହିତ ୫ ଟି ରୂପାନ୍ତରିତ ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ , ଆହାର କେନ୍ଦ୍ର ଓ ମ୍ୟୁନିସିପାଲ କଲେଜ ନିକଟସ୍ଥ ସମ୍ପଦ କେନ୍ଦ୍ର ମଧ୍ଯ ପରିଦର୍ଶନ କରିଛନ୍ତି।

ଆଜିର ଏହି ଗସ୍ତରେ ଆରଡିଏ ଅଧିକାରୀ ଙ୍କ ସହିତ ହୋଇ ଥିବା ବୈଠକ ରେ ଆରଡିଏ ଅର୍ନ୍ତଭୁକ୍ତ ଖାଲି ପଡିଥିବା କମର୍ସିଆଲ ଜମିର ଅନୁଧ୍ଯାନ କରିଥିଲେ ଏବଂ ଏହାକୁ ଶୀଘ୍ର ଚିହ୍ନଟ କରି ରିପୋର୍ଟ ପ୍ରଦାନ କରିବାକୁ ପ୍ଲାନିଂଗ ସେକ୍ସନ କୁ ନିଦ୍ଦେର୍ଶ ଦେଇଥିଲେ। ଏହାଛଡା ଛେଣ୍ଡ୍ ରେ ଥିବା ସୋସିଆଲ ହୋମ ରେ ବିଦ୍ୟୁତ ସଂଯୋଗ ଲାଗି ଟିପିଡବ୍ଲୁଓଡିଏଲ ଓ କାର୍ଯ୍ୟାଳୟ ରେ ଖାଲି ପଡିଥିବା ଯନ୍ତ୍ରୀ ପଦବି କୁ ପୂରଣ କରିବା ପାଇଁ ର ଅଧିକାରୀ ଙ୍କୁ କହିଥିଲେ।
ସେହିପରି ମହାନଗର ନିଗମ ସମ୍ମିଳନୀ କକ୍ଷ ରେ ଜିଲ୍ଲାର ତହସିଲଦାର ମାନଙ୍କ ସହିତ ଅନୁଷ୍ଠିତ ଅନ୍ୟ ଏକ ବୈଠକରେ ସେ ସୁନ୍ଦରଗଡ଼ ଜିଲ୍ଲାରେ ଜମିଜମା ସଂକ୍ରାନ୍ତୀୟ ତଥ୍ୟକୁ ଡିଜିଟାଲାଇଜ୍ କରିବା ପାଇଁ ଚାଲିଥିବା ହାଇଟେକ୍ ସର୍ଭେ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ଜିଲ୍ଲାର ରାଜସ୍ୱ ତଥା ଜମିଜମା ସଂକ୍ରାନ୍ତୀୟ ଆଲୋଚନା କରିଥିଲେ। ନିଦ୍ଧାର୍ରିତ ସମୟ ସୀମା ମଧ୍ଯ ରେ ଲୋକ ମାନଙ୍କୁ ସେବା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଜାତିଗତ ପ୍ରମାଣ ପତ୍ର, ଲିଗଲ ହେୟର, ଆୟ ପ୍ରମାଣ ପତ୍ର ଗୁଡିକୁ ପ୍ରଦାନ ରେ ବିଳମ୍ବ ନ କରିବାକୁ କହିଥିଲେ।

ଏହା ଛଡା ବୈଠକ ପୂର୍ବରୁ ପ୍ରଥମେ ସେ ସହରର କିଛି ଅଞ୍ଚଳ ବୁଲି ପରିମଳ ବ୍ୟବସ୍ଥା ଓ ସଫେଇ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହା ସହିତ ସଫେଇ କାର୍ମଚାରୀଙ୍କ ସହିତ କଥାବର୍ତ୍ତା କରିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହା ପରେ ମ୍ୟୁନିସିପାଲ କଲେଜ ନିକଟସ୍ଥ ସମ୍ପଦ କେନ୍ଦ୍ରକୁ ଯାଇ ଖତ ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଥିଲେ ଏବଂ ଖତ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଠାରୁ କାର୍ଯ୍ୟ ପ୍ରଣାଳୀ ପଚାରି ବୁଝି ଥିଲେ।
ଏହାପରେ ଶକ୍ତି ନଗର ଠାରେ ଥିବା ‘ଆହାର’ କିଚେନ ଓ ସେକ୍ଟର ୧୯ ସ୍ଥିତ ଆହର କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ଆହର କେନ୍ଦ୍ରରେ ନିଜେ ଖାଇବା ସହ ଏହାର ପ୍ରଶଂସା କରିଥିଲେ। ତା ସହିତ ଲୋକଙ୍କ ଠାରୁ ଖାଦ୍ୟର ମାନ ସମ୍ପର୍କରେ ପଚାରି ବୁଝିଥିଲେ ।

ଏହା ବ୍ୟତିତ ଶ୍ରୀ ଦଳାଇ ଏହି ଗସ୍ତ ସମୟରେ ଉଦିତନଗର ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ନିର୍ମିତ ହୋଇଥିବା, କମ୍ପୁ୍ଟର ରୁମ, ରୁମ, ସ୍ମାର୍ଟକ୍ଳାସ୍ ରୁମ୍ ପାଠ ପଢ଼ା ବୁଲି ଦେଖିବା ସହ ବିଦ୍ୟାଳୟର ପିଲାମାନେ କିଭଳି ଭଲ ରେଜଲ୍ଟ କରିବେ ଏ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ କିଛି ପରାମର୍ଶ ଦେଇଥିଲେ ।
ଆଜିର ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମ୍ସି କମିଶନର ଡା. ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲପାଳ ଅଭିମନ୍ୟୁ ବେହେରା , ପାନପୋଷ ଉପଜିଲ୍ଲାପାଳ
ଅଭିମନ୍ୟୁ ମାଝି, ଆରଏମସି ଉପାଆୟୁକ୍ତ ସୁଧାଂଶୁ ଭୋଇ , ବଣାଇ ଉପଜିଲ୍ଲାପାଳ ସୁରଂଜନ ସାହୁ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।



More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।