ଚିଲିକା :ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ କାଲି ରାତ୍ର 9,30 ମି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ସ୍କୁଟି ଚାଳକ ପ୍ରାଣ ହରାଇଥିବାର ଜଣାପଡ଼ିଛି।
ମୃତକ ଜଣକ ସୋରଣ ଗ୍ରାମ ହରିଜନ ସାହିର ପହଲା ନାୟକଙ୍କ ପୁତ୍ର କାହ୍ନା ନାୟକ(22 ) ବର୍ଷ ବୋଲି ଜଣାପଡିଛି। ନାଚୁଣୀ ପୋଲିସ ସୂଚନା ମୁତାବକ କାନ୍ହା କାଲି ରାତିରେ ବାଲୁଗାଁ ରୁ ନିଜ ଗ୍ରାମ ସୋରଣ ଏକ ସ୍କୁଟି ଯୋଗେ ଫେରୁଥିବା ବେଳେ ନାଚୁଣୀ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ କୌଣସି ଏକ ଭାରୀ ଯାନକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ରୁ ଛିଟିକି ପଡିବା ସହ ତାଙ୍କ ମସ୍ତିଷ୍କ ରେ ଗଭୀର ଆଘାତ ଲାଗିଥିଲା। ଖବର ପାଇ ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ,168/23 ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସଡକ ଦୁର୍ଘଟଣାରେ ଯୁବକର ମୃତୁ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.