କପିଳେଶ୍ୱର ସିଂହଙ୍କ ରିପୋର୍ଟ)
ନୂଆ ଜଗନ୍ନାଥ ସଡ଼କ ସୁରକ୍ଷା ସମିତି ଵୀରାପ୍ରତାପପୁରଠାରୁ ରାମେଶ୍ୱର ପର୍ଯ୍ୟନ୍ତ 40କିମି ରାସ୍ତା ନୀତିଗତ ଭାବରେ 2016ରୁ ଜାତୀୟ ରାଜପଥର ମାନ୍ୟତା ପାଇଥିଲେ ମଧ୍ୟ ଅଦ୍ୟାବଧି ଔପଚାରିକ ଭାବରେ ପୂର୍ଣ୍ଣାଙ୍ଗ ରାଜପଥ ହୋଇପାରିନଥିବାରୁ କ୍ଷୋଭ ପ୍ରକାଶ କରିଛି.ଆଜି ପୁରୀ ସର୍କିଟ ହାଉସ ପରିସରରେ ସମିତି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆବାହକ କୃଷ୍ଣ ଜଗଦ୍ଦେବ କହିଛନ୍ତିଯେ ଜଗନ୍ନାଥ ସଡ଼କର ଜାତୀୟ ରାଜପଥ ମାନ୍ୟତା ପାଇବାପାଇଁ ଆବଶ୍ୟକ ସମସ୍ତ ମାନଦଣ୍ଡ ଥାଇ
ଅଦ୍ୟାବଧି ଏହାକୁ ଔପଚାରିକ ଥାଇ କାର୍ଯ୍ୟ ଆରମ୍ଭ କରାନଯିବା ନିନ୍ଦନୀୟ. ଏ ଅବସରରେ ସୁରକ୍ଷା ସମିତି ପକ୍ଷରୁ ଜାତୀୟ ରାଜପଥ ଦାବିରେ ସଂଗୃହିତ 7000 ହସ୍ତାକ୍ଷର କେନ୍ଦ୍ର ଭୃପୃଷ୍ଟ ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀଙ୍କୁ ସ୍ପୀଡ଼ପୋଷ୍ଟ ମାଧ୍ୟମରେ ପଠାଯାଇଥିଲା.
ସୁରକ୍ଷା ସମିତି ପକ୍ଷରୁ କୁହାଯାଇଛିଯେ ଯଦି ତୁରନ୍ତ ୟେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାନଯାଏ ତାହେଲେ ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଅଧିବାସୀମାନେ ରାଜରାସ୍ତାକୁ ଓଲ୍ହାଇବେ. ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଯୁବନେତା କାମାକ୍ଷା ପ୍ରଧାନ, ଆଦିକନ୍ଦ ଶ୍ରୀଚନ୍ଦନ, ବିଶ୍ୱଜିତ ବଡ଼ଜେନା, ବିଶ୍ୱଜିତ ଜଗଦ୍ଦେବ ଓ ତରୁଣସେନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l
More Stories
ରଥ ଟଣାରେ ସାଙ୍ଘାତିକ୍ ବିଭ୍ରାଟ, ନନ୍ଦିଘୋଷ ରଥ ଟଣା ହେବା ପୂର୍ବରୁ ଦଉଡ଼ି ଉଭାନ।
ବିଏମସି ଅଫିସରେ ଗୁଣ୍ଡାରାଜ, ଅତିରିକ୍ତ କମିଶନରଙ୍କୁ ଘୋଷାଡି ଘୋଷାଡି ପିଟିଲେ।
ଜେଲବନ୍ଦୀଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର: ବୋଲଗଡ଼ ଅଞ୍ଚଳରେ ସମ୍ବର୍ଦ୍ଧିତ ହେଲେ ହରିହର