ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା /ବଣାଇ :ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଟୁରିଧୁଆ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର ପଞ୍ଚାୟତ ର ସରପଞ୍ଚ କୁମୁଦିନୀ ବାର୍ଲା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଣାଇ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର , ବନପାଳ ସଦାଶିବ ପାତ୍ର , ବଣାଇ ୟୁନିଅନ୍ ଅଫ ଜୌର୍ଣ।ଲିଷ୍ଟ ର ସଭା ପତି ଡମ୍ବରୁ ଧର ପ୍ରଧାନ ଯୋଗଦାନ କରି ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ବାରିକଙ୍କ ସଭାପତିତ୍ୱରେ ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ବୃନ୍ଦ ବୃକ୍ଷ ଏବଂ ଜଙ୍ଗଲ ଓ ମଣିଷ ର ନିବିଡ଼ତା ସମ୍ପର୍କରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ଗୋଟିଏ ଛାତ୍ର କୁ ଗୋଟିଏ ଗଛ ରୋପଣ କରିବା ପାଇଁ ଶ୍ରୀଯୁକ୍ତ ପାତ୍ର ଆହ୍ୱାନ କରିଥିଲେ । ସଭା ଶେଷରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଅଭିମନ୍ୟୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ଶେଷରେ ସରସରା ର ବନରକ୍ଷୀ ତରୁଲତା କିଷାନ, ସହକାରୀ ଶିକ୍ଷକ ବିଭୁପ୍ରସାଦ ରଣା , ଅଭିଭାବକ ପ୍ରଭାସ ମହାକୁଳ, ଲକ୍ଷ୍ମଣ ନାୟକ, ଵିର୍ସି ଓରାମ, ଶୁକ୍ରା ଓରାମ , ସମ୍ବାରି ଓରାମ ପ୍ରମୁଖ ୨୦ ରୁ ଅଧିକ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା ।

More Stories
SI OF POLICE, SARANKUL PS, NABBED BY ODISHA VIGILANCE WHILE TAKING BRIBE RS 4,000/-
ଆସିଷ୍ଟାଣ୍ଟ_ପ୍ରୋଜେକ୍ଟ ମ୍ୟାନେଜରଙ୍କ ଘରେ ରେଡ୍,
ODISHA VIGILANCE LAUNCHES DA SEARCHES AT 10 LOCATIONS OF SRI SURJYAMANI PATTAJOSHI, EXECUTIVE OFFICER, JATNI MUNICIPALITY, KHORDHA