ରାୟଗଡ଼ା :ତା ୭/୭/୨୦୨୩ ରାୟଗଡ଼ା ବ୍ଲକରେ ସୁଦୀପ୍ତ କୁମାର ଦାଶ ନୂତନ ଶିକ୍ଷାଧିକାରୀ ରୂପେ ନିଯୁକ୍ତ ହୋଇଛନ୍ତି । ଗତ ଜୁନ ୨୩ ତାରିଖରେ ଦାଇତ୍ୱ ନେବା ପରେ ବ୍ଲକ ଓ ଜିଲ୍ଲା ଶିକ୍ଷକ ସଂଘ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଯୁବ ଶିକ୍ଷାଧିକାରୀ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଗଠନ ମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି ।
ସମସ୍ତ ସିଆରସିସିଙ୍କ ବୈଠକ ଆୟୋଜନ କରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ, ବିଦ୍ୟା ପ୍ରବେଶ, ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ, ବାର୍ଷିକ ଶିକ୍ଷା କେଲେଣ୍ଡର ଅନୁସାରେ ଶିକ୍ଷାଦାନ ଆଦିର ପ୍ରୟୋଗାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ। ପ୍ରକୃତିପ୍ରେମି ଶ୍ରୀ ଦାଶ ନିଜ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣରୁ ନିଜ ଅଭିଯାନ ପ୍ରାରମ୍ଭ କରିଥିଲେ ।
ଗୁରୁବାର ଦିନ କାମ୍ପ ମାଲିଗାଁ କ୍ଲଷ୍ଟରର ବିଦ୍ୟାଳୟ ପରିଦର୍ଶନ ସମୟରେ କାମ୍ପ ମାଲିଗାଁ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ ଓ ପିଲାଙ୍କୁ ପୋଷାକ ବଣ୍ଟନ କରିଥିଲେ । କନ୍ଧ ମାଳିଗାଁ, ଅଡପତିଗୁଡ଼ା, କାଶିଲି, କତାଗୁଡ଼ା ଆଦି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପିଲାଙ୍କ ଗହଣରେ ଶ୍ରେଣୀ ଗୃହରେ ବସି ଶିକ୍ଷାଦାନ ମାଧ୍ୟମରେ ଶିକ୍ଷଣର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ପରିଦର୍ଶନ ସମୟରେ ଏବିଇଓ ଛବିଲାଲ ସିଂ, ସିଆରସିସି ହୃଦୟାନନ୍ଦ ଅଚାର୍ଯ୍ୟ ଉପସ୍ଥିତ ଥିଲେ ।
ପ୍ରତି ବିଦ୍ୟାଳୟ ପରିବେଶକୁ ସବୁଜ, ସ୍ୱଚ୍ଛ ଓ ସୁନ୍ଦର ରଖିଲେ ପିଲାଏ ଆକୃଷ୍ଟ ହେବେ ଓ ପିଲାଙ୍କ ଗୁଣାତ୍ମକ ବିକାଶ ଦ୍ଵାରା ହିଁ ଶିକ୍ଷାର ବିକାଶ ସମ୍ଭବ । ପିଲାଙ୍କ ନ୍ୟୁନତମ ଶିକ୍ଷଣ ସ୍ତର ହାସଲ ନିମନ୍ତେ ସମସ୍ତ ଶିକ୍ଷକ ବ୍ରତି ହେବାପାଇଁ ଶ୍ରୀ ସୁଦୀପ୍ତ କୁମାର ଦାଶ ସେ ଆହ୍ବାନ ଦେଇଛନ୍ତି ।
More Stories
କୋଟିଆ ଆଦିବାସୀ ସମାଜ ବୈଠକ ଅନୁଷ୍ଠିତ,
ବୈପାରିଗୁାଡ଼ା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ l
ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା, କାରଣ ଅସ୍ପଷ୍ଟ*