କଣ୍ଟାମାଳ, ସରକାର ଶିକ୍ଷାର ଉନ୍ନତି ସକାଶେ ଅନେକ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଅନେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଯୋଗୁଁ ଶିକ୍ଷାରେ ବ୍ୟାଘାତ ସୃଷ୍ଟି ହେଉଛି ।ଫଳରେ ଛାତ୍ରଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।ଏଭଳି ଏକ ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲକ୍ଷ୍ମୀ ପ୍ରସାଦ ଉଚ୍ଚ ବିଦ୍ୟାଳୟରୁ ।
ଉକ୍ତ ବିଦ୍ୟାଳୟରେ ମାତ୍ର ୩ଜଣ ଶିକ୍ଷକ ଥିବା ବେଳେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି । ଶିକ୍ଷକ ନିଯୁକ୍ତି ନେଇ ଅଭିଭାବକ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ଯାହା ଫଳରେ ଅଭିଭାବକ ମାନେ ଏହାର ପ୍ରତିବାଦ କରି ଆଜି ବିଦ୍ୟାଳୟରେ ତାଲା ପକାଇଥିବା ଜଣାପଡ଼ିଛି ।ଦୀର୍ଘ ସମୟ ବିଦ୍ୟାଳୟରେ ତାଲା ପକାଇ ଥିଲେ ସୁଦ୍ଧା କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟରେ ତାଲା l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ