ଧର୍ମଗଡ଼: (ପ୍ରଦିପ ସେଠିଆ)
ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନ ପର୍ଲା ମଣ୍ଡି ଠାରେ ବୁଧବାର ଦିନ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ଅଧ୍ୟକ୍ଷତାରେ ସଂଗଠନ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପର୍ଲା ସରପଞ୍ଚ ବ୍ରିଜ ଲାଲ ନାଏକ, ବେହେରା ପଂଚାୟତ ସମିତି ସଭ୍ୟ କିଶୋର ନାଗ ନିଜ ସମର୍ଥକ ଙ୍କ ସହ ବିଜେଡ଼ି ରେ ଯୋଗ ଦେଇଥିଲେ । ତାଙ୍କ ସହ ବିଜେପି ର ଅନେକ କର୍ମକର୍ତ୍ତା ବିଜେଡିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।ସେମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ଅରୁଣ ଜାଲ,ସୁବାସ ଚନ୍ଦ୍ର ଦାସ,ଅବସର ପ୍ରାପ୍ତ ସୈନିକ ସାଧୁରାମ ଶବର,ସମିତି ସଭ୍ୟ ପ୍ରତିନିଧି ଗୋପୀନାଥ ଝାଙ୍କର,ଧନୁ ଗୋପାଳ,ଅକ୍ରୁର ନାଏକ,ଜାଗେଶ୍ୱର ଜାଲ ଡିଲେଶ୍ୱର ସାହୁ,ଓ ନବୀନ କୁମାର ଦାସ ରହିଥିବା ଜଣାପଡ଼ିଛି।ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ସମସ୍ତ ଙ୍କୁ ସ୍ୱାଗତ ସମର୍ଦ୍ଧନା କରିବା ସହ ଦଳୀୟ ଶଙ୍ଖ ଚିହ୍ନ ଓ ଫୁଲଗୋଛା ଦେଇ ଅଭିନନ୍ଦନ ଜଣାଇଥିଲେ।ତେବେ ଆସନ୍ତା ୧୭ତାରିଖ ଦିନ ଭବାନୀପାଟଣା ସ୍ଥିତ କାର୍ଯ୍ୟକ୍ରମ ରେ ବିଦ୍ଧିବଧ ଭାବେ ସାମିଲ ହୋଇଥିବା ଘୋଷଣା କରାଯିବ ବୋଲି ସଭାପତି ଶ୍ରୀ ସିଂ ଦେଓ ସଭାରେ କହିଥିଲେ।ସରପଞ୍ଚ ବ୍ରିଜଲାଲ ନାଏକ ବିଜେଡି ରେ ସାମିଲ ହେବାପରେ ପର୍ଲା ,କଦଲିମୁଣ୍ଡା ପଞ୍ଚାୟତ ସଂଗଠନ ମଜବୁତ ସ୍ଥିତିରେ ପହଂଚିବା ଅନୁମାନ କରାଯାଏ।ଇଟିପୂର୍ବରୁ ଶ୍ରୀ ନାଏକ ବିଜେପି ସରମର୍ଥକ ଭାବେ ରହିଥିବା ବେଳେ ଗତ ନିର୍ବାଚନରେ ଧର୍ମଗଡ଼ ଜୋନ-୨ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଦଳ ମୈଦାନ କୁ ଓଲ୍ହାଇବା ଚର୍ଚ୍ଚା ହେଉଥିଲା।ପରବର୍ତ୍ତୀ ମୁହୂର୍ତ୍ତରେ ସେ ପର୍ଲା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଥିଲେ।ସରପଞ୍ଚ ହେବାପରେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାମ କରି ସଦା ସର୍ବଦା ଚର୍ଚ୍ଚା ପରିସରରେ ରହି ଆସୁଛନ୍ତି ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦୃଢ଼ ନେତୃତ୍ୱ ଓ ବିକାଶ ମୂଳକ କାର୍ଯ୍ୟଧାରା ରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରନ୍ତି ସରପଂଚ ବ୍ରିଜଲଲ ନାଏକ ଓ ସମିତି ସଭ୍ୟ କିଶୋର ନାଗ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ସମେତ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଯୁଏଡ଼,ଅଶୋକ ପଟ୍ଟ ଯୋଶୀ, ସମ୍ଭୁ ପ୍ରସାଦ ଦାସ,ଦୁଷ୍ମନ୍ତ ପୁରୋହିତ,ରତ୍ନାକର ଜାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।
More Stories
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l