ରିପୋର୍ଟ :- ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି – ତା 13.08.2023 ( ଆମ ଓଡିଶା ଖବର ) ମଦ ପିଇ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଛି, ଆମ ଦରକାର ନାହିଁ ମଦ ଭାଟି , ଆମ ପଞ୍ଚାୟତ ରୁ ସାତ ଦିନ ମଧ୍ୟରେ ମଦଭାଟି ବନ୍ଦ ହେବା ଦରକାର ବୋଲି ଆଜି ଥାନାରେ ଅଭିଯୋଗ ଆଣିଛନ୍ତି ପଞ୍ଚାୟତ ବାସୀ l ଏ ଘଟଣା ଟି ହେଉଛି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଦଳବେଡ଼ା ଗ୍ରାମପଞ୍ଚାୟତର l ଆଜି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଜନସାଧାରଣ ପଞ୍ଚାୟତ ସ୍ଥିତ ଭାଟି ଓ ଗାଁ ଗାଁ ରେ ବିକ୍ରି ହେଉଥିବା ପଢ଼ା ର ମଦ ବିକ୍ରି କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଥାନା ରେ ଆସି ଅଭିଯୋଗ କରିଛନ୍ତି l ତେବେ ଗ୍ରାମପଞ୍ଚାୟତ ବାସୀଙ୍କ ଅଭିଯୋଗ ପ୍ରକାରେ ପଞ୍ଚାୟତ ଭାଟିପଡା ରେ ଥିବା ସରକାରୀ ମଦ ଭାଟି ଦୋକାନ ବେନିୟମ ଭାବେ ଖୋଲା ଯାଇଛି ଓ ଏ ଭାଟି କୁ ଖୋଲିବା ପାଇଁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି l ପ୍ରକାଶ ଥାଉକି ଗ୍ରାମପଞ୍ଚାୟତ ସରପଞ୍ଚ କଲ୍ଯାଣୀ ନାୟକ ମଧ୍ୟ ଅଭିଯୋଗରେ ମଦଭାଟି କାହାର ଆଦେଶ ରେ ଖୋଲା ଯାଇଛି ବୋଲି ସିଧାସଳଖ ପଞ୍ଚାୟତ ବାସୀଙ୍କ ସହିତ ସାମିଲ ହୋଇ ଅଭିଯୋଗ ଆଣିଛନ୍ତି l ମଦ ପିଇ ଲୋକେ ଅନେକ ରୋଗ ବ୍ୟାଧିରେ ମରିବା ସହ ଲୋକଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଉଥିବା ବେଳେ ମଦ ପିଇ ଲୋକେ ଗଣ୍ଡଗୋଳ, ମାଡପିଟ ହୋଇ ଅନେକ ଅପରାଧିକ କାର୍ଯ୍ୟକଳାପ ରେ ସମ୍ପୃକ୍ତ ହୋଇ ଅବାଟକୁ ଚାଲିଯାଉଥିବା ଦେଖିବାକୁ ମିଳୁଛି ବୋଲି ନିଜର ପ୍ରତିକ୍ରିୟା ରେ କହିଛନ୍ତି l ତେବେ ପଞ୍ଚାୟତ ରେ ଖୁବ ଶୀଘ୍ର ସାତଦିନ ମଧ୍ୟରେ ମଦ ବନ୍ଦ କରିବାକୁ ପଞ୍ଚାୟତ ବାସୀ ଅଭିଯୋଗ ଆଣିଛନ୍ତି l ଅଭିଯୋଗ ସମୟରେ ଚନ୍ଦ୍ର କୁମାର ମାଝୀ, ପୂର୍ଣ୍ଣଚନ୍ଦ୍ର ଧୁରୁଆ, ଶ୍ୟାମ ପୂଜାରୀ, ବାହାଦୁର ମାଝୀ, ଘନ ମାଝୀ, ମଧୁସୂଦନ ମାଝୀ, ଜୟରାମ ଜାଲ, ଗଣପତି ମାଝୀ ଓ ରମେଶ ବାଘ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ କରିବା ସହିତ ବେଆଇନ ମଦ ବିକ୍ରୟ କାରବାର ଉପରେ ରୋକ୍ ଲଗାଇଲେ ହୁଏ ତ ମଦ ବିକ୍ରୟ ବନ୍ଦ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି l


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।