ଭବାନୀପାଟଣା :13/08/23(ଆମ ଓଡିଶା ଖବର )ଆଜି ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ କାର୍ଯ୍ୟକ୍ରମ ରେ ଓଡିଶା ସରକାର ଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଡୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସନ୍ନମାନ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଜିତ କୁମାର ସେଠ ଓ ଜ଼ିଲ୍ଲା ପରିଷଦ ଅଦକ୍ଷ ଶ୍ରୀ ପୁଷ୍ପେନ୍ଦୁ ସିଂ ଦେଓ, ଭବାନୀପାଟଣା ପୌରପାଳିକା ଅଦକ୍ଷ୍ୟା ଶ୍ରୀମତୀ ସଂଯୁକ୍ତା ବେହେରା, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଶ୍ରୀ ଅବିନାଶ ଠାକୁର, ମନ୍ତ୍ରୀ ଙ୍କ ପ୍ରତିନିଧି ଅବନୀ ରଞ୍ଜନ ଜ୍ୟୋତିଷି ଉପସ୍ଥିତ ଥିଲେ l ଜ଼ିଲ୍ଲା ପ୍ରଶାସନ ସହଯୋଗ ରେ ଜ଼ିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ ଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରାଯାଇଥିଲା l

ଯଥା ଶିକ୍ଷା ସହାୟତା ପାଇଁ 305 ଜଣ ହିତାଧିକାରୀ ଙ୍କୁ ଟ :13 ଲକ୍ଷ 90 ହଜାର 200 ଙ୍କା ଓ ବିବାହ ସହାୟତା ବାବଦ କୁ 158 ଜଣ କୁ ହିତାଧିକାରୀ ଙ୍କୁ ଟ :7500000 ହଜାର ଟଙ୍କା, ବିତରଣ ଓ ପ୍ରସୂତିକାଳୀନ ସହାୟତା ପାଇଁ 9 ଜଣ ହିତାଧିକାରୀ ଙ୍କୁ ଟ :90000 ଙ୍କା ଏବଂ ମୃତ୍ୟୁ ସହାୟତା ବାବଦ କୁ 35 ଜଣ ହିତାଧିକାରୀ ଙ୍କୁ ଟ :69 ଲକ୍ଷ ଟଙ୍କ ଓ ଅନ୍ତେଷ୍ଟି କ୍ରିୟା ପାଇଁ ଟ :150000/- ଟଙ୍କା ଓ ସର୍ବ ମୋଟ ଟ :1 କୋଟି 60ଲକ୍ଷ 30 ହଜାର , ଟ : 200/- ଙ୍କା ନିର୍ମାଣ ଶ୍ରମିକ ହିତାଧିକାରୀ ଙ୍କୁ ଅତିଥି ଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା l ନୂତନଭାବେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଙ୍କୁ ନିର୍ମାଣ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଥିଲା lଉକ୍ତ କାର୍ଯ୍ୟକ୍ରମ ରେ ଉପ ଜ଼ିଲ୍ଲା ପାଳ ଶ୍ରୀ ସୁବ୍ରତ କୁମାର ନାୟକ, ପ୍ରଭାଗୀୟ ଶ୍ରମ ଆଉକ୍ତ ଶ୍ରୀ ନରେନ୍ଦ୍ର ରାଇକା, ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳ, ସହ ଶ୍ରମ ଅଧିକାରୀ ଶ୍ରୀ ଜିତମ ମାଝୀ ଓ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ ପଞ୍ଜିକୃତ ସମସ୍ତ ଶ୍ରମିକ ସଂଗଠନ ଉପସ୍ଥିତି ଥିଲେ l


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.