ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :17/08.ଦୀର୍ଘ 5କିଲୋମିଟର ରାସ୍ତା ପିଚୁ ଉଠିବା ସହିତ ମେଟାଲ ବାହାରିବା ଓ ବିଭିନ୍ନ ସ୍ଥାନରେ ଖଳଖମା ହୋଇ କାଦୁଅ ରେ ଜନସାଧାରଣ ଯାତାୟତ କରିବା ଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଞ୍ଚାୟତ ଅନ୍ତର୍ଗତ ନୂଆପଡା -ହାଟଗାଁ କେନାଲ ରାସ୍ତା!ସୂଚନା ଅନୁଯାଇ ଉକ୍ତ ରାସ୍ତାରେ ପ୍ରତିଦିନ ନୂଆପଡା, ହାଟଗାଁ, ଘୋରଡ଼ା,ଆଦି ପlଞ୍ଚ ଖଣ୍ଡ ଗ୍ରାମର ଜନସାଧାରଣ ଯାତାୟତ କରିବା ସହିତ 57ନଂ ଜାତୀୟ ରାଜପଥ ନୂଆପଡା ବସ ଷ୍ଟପ ଠାରୁ ପୁରୁଣାକଟକ କଲେଜ ଓ ବୌଦ୍ଧ କଲେଜ କୁ ଛାତ୍ର ଛାତ୍ରୀ ମlନେ ପାଠ ପଢିବାକୁ ଯାଉଥିବାରୁ ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣା ର ଶିକାର ବି ହୋଇଥିବା ନଜର କୁ ଆସିଛି!ପୂର୍ବେ ଉକ୍ତ କେନାଲ ରାସ୍ତାଟି ପିଚୁ ରାସ୍ତାରେ ନିର୍ମାଣ ହୋଇଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବ ଓ ଅନ୍ୟପଟେ ଲୁହାଚକ ଲଗା ଟ୍ରାକ୍ଟର ଯିବା ଆସିବା ନେଇ ରାସ୍ତା ର ଅବସ୍ଥା ଏବେ ପିଚୁ ଉଠିବା, ମେଟାଲ ବାହାରି ବହୁ ସ୍ଥାନରେ ଖାଲ ଖମା ହୋଇ କାଦୁଅ ପଚ ପଚ ହୋଇ ସୋଚନୀୟ ହୋଇଥିବାର ଜନସାଧାରଣ ଅଭିଯୋଗ ଆଣିବା ସହିତ ରାସ୍ତର ଏହି ଅବସ୍ଥାନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି!ଏଣୁ ଉକ୍ତ ରାସ୍ତା ସମସ୍ୟା କୁ ଦୃଷ୍ଟି ରେ ରଖି ମରାମତି କରିବା ପାଇଁ ସ୍ଥାନୀୟ ଅଧିବାସୀଙ୍କ ଦାବି ହେଉଛି!


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ