ବେଗୁନିଆପଡା, (ରାକେଶ ମହାରଣା)
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଓ ବୁରୁଝରୀ ସ୍ଥିତ ନବଘନ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କୁ ନବଘନ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପରିଚାଳନା ନିର୍ଧେଶକ ଶ୍ରୀ ତ୍ରିନାଥ ନାହାକ ପରିଚାଳନା କରିଥିବା ବେଳେ ବେଗୁନିଆପଡା ଥାନା ଅଧିକାରୀ ଶ୍ରୀ ପୁର୍ଣଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ବହୁ ଉପଯୋଗୀ ପରାମର୍ଶ ଦେବା ସହ ସଡ଼କ ସୁରକ୍ଷା ସମ୍ବଦ୍ଧିୟ ତଥ୍ୟ ପ୍ରଦାନ କରିଥିଲେ | ହେଲମେଟ ପିନ୍ଧି ଗାଡି ଚାଳନା କରିବା ବାଧ୍ୟତାମୂଳକ, ଅଠର ବର୍ଷ କୁ କମ ବୟସ ହୋଇଥିଲେ ଗାଡି ନ ଚଳାଇବା,ମଦ୍ୟ ପାନ କରି ଗାଡି ନ ଚଳାଇବା,ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସ ଠାରୁ ନିଜକୁ ଦୁରେଇ ରଖିବା ଏପରିକି ପାଠ ପଢା କୁ ଗୁରୁତ୍ୱ ଦେବା ସହ ଠିକ ବୟସରେ ବିବାହ କରିବା ଭଳି ବହୁ ଉପଯୋଗୀ ତଥ୍ୟ ପ୍ରଦାନ କରିଥିଲେ |

ଗୁରୁବାର ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉକ୍ତ କଲେଜ ରୁ ଏକ ରାଲି ବାହାରି ବୁରୁଝରୀ ର ମୁଖ୍ୟ ସଡ଼କ ପରିକ୍ରମା କରିବା ସହିତ ଲୋକଙ୍କ ନିମନ୍ତେ ପୋଲିସ ସୁରକ୍ଷା ସମ୍ବଦ୍ଧିୟ ସମସ୍ତ ତଥ୍ୟ ମାଇକ ଯୋଗେ ପ୍ରଚାର କରାଯାଇଥିଲା | ପରେ କଲେଜ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା | ସନମାନିତ ଅତିଥି ଭାବେ ବୁରୁଝରୀ ସରପଞ୍ଚ ବିନୋଦ ଚନ୍ଦ୍ର ଜେନା, ସମିତି ସଭ୍ୟା ସୁଚିତ୍ରା ମାହାନ୍ତି, ଶିକ୍ଷକ ଶୁକ୍ର ମାହାନ୍ତି, ଅଧ୍ୟାପିକା ପୂଜା ମହାପାତ୍ର,ବେଗୁନିଆପଡା ଥାନା ଏସଆଇ ସଂଗ୍ରାମ ଦେଉରୀ, ଏଏସଆଇ ଗୀତିଶ୍ରୀ ଦାସ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ନିଜର ବହୁ ମୂଲ୍ୟ ଅଭିଭାଷଣ ରଖିଥିଲେ | ଏହି କାର୍ଯ୍ୟକ୍ରମରେ କଲେଜର ପରିଚାଳନା ନିର୍ଧେଶକ ତ୍ରିନାଥ ନାହାକ ବେଶ ପ୍ରଶଂସା ସାଉଁଟି ଥିବା ବେଳେ ସାମ୍ବାଦିକ ତଥା ସମାଜସେବୀ ଦେବାଶିଷ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | କାର୍ଯ୍ୟକ୍ରମ ଶେଷରେ ୟୁ ଟ୍ୟୁବ ମାଧ୍ୟମରେ “କିଛି ହେବନି ତ” କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ପ୍ରସାରିତ କରାଯାଇ ସଚେତନ କରାଯାଇଥିଲା


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।