ଜୁନାଗଡ଼ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ  ଶିବିର  ଅନୁଷ୍ଠିତ  l

ରିପୋର୍ଟ :ବଳମନ୍ତ ନାୟକ

ଜୁନାଗଡ଼ :18/08/23(ଆମ ଓଡିଶା ଖବର )
ଆଜି ଜୁନାଗଡ଼   ରେଣ୍ଡୋ ମାଝୀ  ସଂସ୍କୃତି  ଭବନ ସ୍ଥିତ  ଠାରେ  ଓଡିଶା ସରକାର ଙ୍କ ନିର୍ଦେଶ କ୍ରମେ  ନିର୍ମାଣ  ଶ୍ରମିକ କଲ୍ୟାଣ ଯୋଜନା ର ସହାୟତା ବଣ୍ଟନ ଅନୁଷ୍ଠିତ  lଏହି କାର୍ଯ୍ୟକ୍ରମରେ ଲୋକ ପ୍ରିୟ ଜୁନାଗଡ଼ ର ବିଧାୟକ ଶ୍ରୀଯୁକ୍ତ ଦିବ୍ୟ ଶଙ୍କର  ମିଶ୍ର ମୁଖ୍ୟ ଅତିଥି  ଭାବେ   ଯୋଗଦେଇଥିଲେ  l ସନ୍ନମାନ୍ୟ  ଅତିଥି  ଭାବେ ଜୁନାଗଡ଼ ବ୍ଲକ  ଅଦକ୍ଷl  ଶ୍ରୀମତୀ  ସରିତା  ମେହେର  ଓ  ଜୁନାଗଡ଼ N. A. C  ଅଦକ୍ଷ ଶ୍ରୀ  ମୁକେଶ  ଅଗ୍ରୱାଲ,ଭବାନୀପାଟଣା  ଡିସିସି  ବ୍ୟାଙ୍କ  ଅଦକ୍ଷ  ଶ୍ରୀ   ଗିରିଶ  ବେହେରା, ଶ୍ରମିକ ନେତା  ବିରଞ୍ଚି   ପଣ୍ଡା, କଳାହାଣ୍ଡି ଶ୍ରମିକ  ସଂଗଠନ   ସଭାପତି ଶିଶିର  ପଟ୍ଟନାୟକ ଉପସ୍ଥିତ  ଥିଲେ   l ଜ଼ିଲ୍ଲା  ପ୍ରଶାସନ ସହଯୋଗ ରେ ଜ଼ିଲ୍ଲା ଶ୍ରମ ବିଭାଗ   ତରଫରୁ ନିର୍ମାଣ  ଶ୍ରମିକ ଙ୍କୁ  ବିଭିନ୍ନ  ସହାୟତା  ରାଶି  ବଣ୍ଟନ   କରାଯାଇଥିଲା  l ଯଥା ଶିକ୍ଷା  ସହାୟତା  ପାଇଁ 76 ଜଣ ହିତାଧିକାରୀ ଙ୍କୁ  ଟ :63ଲକ୍ଷ 84  ହଜାର 400  ଙ୍କା ଓ ବିବାହ  ସହାୟତା  ବାବଦ  କୁ 41 ଜଣ କୁ ହିତାଧିକାରୀ ଙ୍କୁ ଟ 20,00000 ଲକ୍ଷ  ଟଙ୍କା,  ପ୍ରସୂତିକାଳୀନ ସହାୟତା ପାଇଁ  5 ଜଣ ହିତାଧିକାରୀ ଙ୍କୁ ଟ :50000 ଙ୍କା ଏବଂ ମୃତ୍ୟୁ ସହାୟତା ବାବଦ କୁ  36 ଜଣ ହିତାଧିକାରୀ ଙ୍କୁ  ଟ :71 ଲକ୍ଷ ଟଙ୍କା ଓ ଅନ୍ତେଷ୍ଟି କ୍ରିୟା  ପାଇଁ  ଟ :150000/- ଙ୍କା  ଓ  ସର୍ବ ମୋଟ  ଟ :99ଲକ୍ଷ 38 ହଜାର ,  ଟ : 400/- ଙ୍କା   ନିର୍ମାଣ  ଶ୍ରମିକ  ହିତାଧିକାରୀ ଙ୍କୁ ଅତିଥି ଙ୍କ  ଦ୍ୱାରା ବଣ୍ଟନ   କରାଯାଇଥିଲା  l ନୂତନଭାବେ  ପଞ୍ଜିକୃତ  ନିର୍ମାଣ ଶ୍ରମିକ ଙ୍କୁ ନିର୍ମାଣ  ଶ୍ରମିକ    କାର୍ଡ଼  ପ୍ରଦାନ କରାଯାଇଥିଲା lଉକ୍ତ  କାର୍ଯ୍ୟକ୍ରମ ରେ  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ର   ଅଧିକାରୀ ଶ୍ରୀ  ମନୋଜ କୁମାର ବେହେରା  ଓ ପ୍ରଭାଗୀୟ  ଶ୍ରମ ଆଉକ୍ତ ଶ୍ରୀ ନରେନ୍ଦ୍ର  ରାଇକା, ଜ଼ିଲ୍ଲା ଶ୍ରମ ଅଧିକାରୀ ଶ୍ରୀ  ସୁବାଷ ଚନ୍ଦ୍ର ମଣ୍ଡଳ, ସହ  ଶ୍ରମ  ଅଧିକାରୀ  ଶ୍ରୀ  ଜିତମ  ମାଝୀ ଓ  ଶ୍ରମ  କାର୍ଯ୍ୟାଳୟ ର କର୍ମଚାରୀ ସହ   ସମସ୍ତ ଶ୍ରମିକ ସଂଗଠନ  ଉପସ୍ଥିତି ଥିଲେ  l

error: Content is protected !!