ଖୋର୍ଦ୍ଧା ଜିଲ୍ଲାର କୁହୁଡି ଗ୍ରାମରୁ ଏକ ବାଇକ୍ ଯୋଗେ ଦମ୍ପତି ନିଜର କିଛି କାର୍ଯ୍ୟ ପାଇଁ ଟାଙ୍ଗୀ ବ୍ଲକ ଆସୁଥିବା ବେଳେ ଅସାବଧାନତା ବଶତଃ ହଠାତ୍ ଚଳନ୍ତା ବାଇକ୍ ରୁ ମହିଳା ଜଣକ ଗଳିପଡି ଗୁରୁତର ଆହତ ହେଲେ । ଚିକିତ୍ସା ପାଇଁ ମହିଳା ଙ୍କୁ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସା ବେଳେ ମହିଳା ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ବାବୁ କହିଛନ୍ତି । ମୃତା ମହିଳା ହେଉଛନ୍ତି ରାଧା ପ୍ରଧାନ
କୁହୁଡି ପଞ୍ଚାୟତ ନିଜିଗଡ ଗ୍ରାମର ତ୍ରିନାଥ ପ୍ରଧାନ ଓ ତାଙ୍କର ପତ୍ନୀ ରାଧା ପ୍ରଧାନ ଦୁହେଁ ଏକ ବାଇକ୍ ଯୋଗେ ନିଜ ଗ୍ରାମରୁ ଟାଙ୍ଗୀ ବ୍ଲକ କୁ ଆସୁଥିବା ବେଳେ ଜାତୀୟ ରାଜପଥ ର ଟାଙ୍ଗୀ ନିକଟସ୍ଥ ବ୍ରହ୍ମଣ୍ଡି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଟାଙ୍ଗୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଚଳନ୍ତା ବାଇକ୍ ରୁ ଗଳିପଡି ମହିଳା ମୃତ l


More Stories
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।
ସର୍ବଭାରତୀୟ ଓପନ କୋରାଟେରେ ମହମ୍ମଦ ଓକିଲଙ୍କ ସର୍ଣ୍ଣ ପଦକ ହାସଲ।