ବାଣପୁର – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ, ସତ୍ୟବାଦୀ ବନବିଦ୍ୟାଳୟର ପଞ୍ଚସଖା ଙ୍କ ମଧ୍ୟରୁ ଅନ୍ୟତମ ବାଗ୍ମୀ, ଓଡିଶାର ପ୍ରଥମ ଶିକ୍ଷାମନ୍ତ୍ରୀ, ଉତ୍କଳ ମାତାର ଯୋଗ୍ୟ ପୁତ୍ର, ବିଚ୍ଛିନ୍ନାଞ୍ଚଳ ମିଶ୍ରଣର ପୁରଧା,ପୂଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୭ତମ ଶ୍ରାଦ୍ଧ ଦିବସ ଅବସରରେ ଜନ୍ମମାଟି ବାଣ ପୁରଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରତ୍ୟୁଷରେ ବାଣପୁର ବଜାର ନିକଟସ୍ଥ ଗୋ ଦାବରୀଶ ଶିଶୁ ଉଦ୍ୟାନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଚିଲିକା ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ,ଗାଳ୍ପିକ ଶିବ ମିଶ୍ର, ବରିଷ୍ଠ ପତ୍ରକାର ନୃସିଂହ ପ୍ରସାଦ ମିଶ୍ର, ସ୍ଥାନୀୟ ଶିଶୁ ଯତ୍ନ ପ୍ରତିଷ୍ଠାନର ଅଧ୍ୟକ୍ଷ ଆନନ୍ଦଚନ୍ଦ୍ରସେନାପତି, ଯୁଗ ନିର୍ମାଣ ଯୋଜନାର ପ୍ରମୁଖ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥ, ମାଧ୍ୟମିକ ଶିକ୍ଷକ ସଂଘର ଜିଲ୍ଲା ଉପଦେଷ୍ଠା ଶିକ୍ଷାବିତ୍ ଶିଶିର କୁମାର ଦାସ, ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବ୍ରଜବଂଧୁ ମିଶ୍ର, ଆୱାଜ ମିଡ଼ିଆର ମୁଖ୍ୟ ରାକେଶ ସାହୁ,ନନ୍ଦିଘୋଷ ଟିଭି ର ସ୍ଥାନୀୟ ପ୍ରତିନିଧି ଅନନ୍ତ ଚରଣ ବାରିକୀ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ତାଙ୍କ ସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗୋଦାବରୀଶ ନଥିଲେ ବାଣପୁର ତଥା ବାଣ ପୁରିଆଙ୍କ ଓଡ଼ିଶାରେ ଏତେ ପରିଚିତି ହୋଇ ପାରିନଥାନ୍ତା ବୋଲି ପ୍ରକାଶ କରି ଓଡ଼ିଶାର ଶିକ୍ଷା, ସାହିତ୍ୟ, ସମାଜ ସେବା , ପ୍ରତି ତାଙ୍କ ଅବଦାନକୁ ଓଡ଼ିଆଜାତି ବିନମ୍ରତାର ସହିତ କୃତଜ୍ଞ ରହୁଛି ଓ ଚିରକାଳ ରହିଥିବ ବୋଲି ବ୍ୟକ୍ତବ୍ୟ ରଖିଥିଲେ।
More Stories
ସାମ୍ବାଦିକମାନଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର l
ଚିଲିକା ରିପୋର୍ଟର୍ ଆସୋସିଏସନ ତରଫରୁ ୭୮ତମ ସ୍ବାଧୀନତା ଦିବସ ପାଳିତ l
ବାଇକ ରାଲି ମାଧ୍ୟମରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ l