( ବିୟୁରୋ ରିପୋର୍ଟ )
ବାପା ର ଆଖି ସାମ୍ନାରେ ନଦୀ ସ୍ରୋତରେ ଭାସିଗଲା ପୁଅ । ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ ବାପା ଓ ତାଙ୍କର 2 ପୁଅ । ନଦୀର ପ୍ରଖର ସ୍ରୋତରେ ବାପାଙ୍କ ଆଖି ଆଗରେ ସାନପୁଅ ମକରା ନଦୀ ରେ ଭାସିଗଲା । ଦିନ ତମାମ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ମିଳୁନାହିଁ ପୁଅର ପତ୍ତା ।
ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା କଣାସ ନିକଟସ୍ଥ ମକରା ନଦୀ ରେ ।
ପୁରୀ ଜିଲ୍ଲାର କଣାସ ବ୍ଲକ ଅଧିନସ୍ଥ କାଦୁଅ ପଞ୍ଚାୟତ କଉଡିଖଣି ଗ୍ରାମର ମତ୍ସ୍ୟଜୀବୀ ମକର ବେହେରା ଏବଂ ତାଙ୍କର 2 ପୁଅ ( ବଡ଼ ପୁଅ – ମାନସ ବେହେରା ଏବଂ ସାନ ପୁଅ – ମନୋରଞ୍ଜନ ବେହେରା ) ଗତକାଲି ବିଳମ୍ବିତ ରାତ୍ରରେ ଚିଲିକାକୁ ମାଛଧରିବା ପାଇଁ ଡଙ୍ଗା ନେଇ ଯାଇଥିଲେ , ହେଲେ ଆଜି ପ୍ରଭାତ ସମୟରେ ମକରା ନଦୀରେ ପ୍ରଖର ସ୍ରୋତ ଯୋଗୁଁ ଡଙ୍ଗାଟି ଟଳ-ମଳ ହୋଇଥିଲା , ଆଉ ତା’ପରେ ଆଖି ସାମ୍ନାରେ ସାନ ପୁଅ ମନୋରଞ୍ଜନ ହଠାତ୍ ଡଙ୍ଗାରୁ ଗଳି ପଡିଲା । ବାସ୍ ଦେଖୁ-ଦେଖୁ ମନୋରଞ୍ଜନ ଭାସିଗଲା । ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଦମକଳ ବାହିନୀ ସହାୟତା ନିଆଯାଇଛି ହେଲେ ମନୋରଞ୍ଜନ ବର୍ତ୍ତମାନ ସୁଦ୍ଧା ‘ଲା-ପତା’ ହୋଇଯାଇଛି ।


More Stories
ରାଜ୍ୟରେ ଉପରମୁହାଁ ପାରଦ: ୯ ସହର ୪୦ଂ ଉପରେ l
କରିତକର୍ମା ବାବୁ କୁବେର ଡେପୁଟି ମ୍ୟାନେଜରଙ୍କ ୨୯ଟି ମାତ୍ର ପ୍ଲଟ୍। ସମୁଦାୟ ସମ୍ପତ୍ତି ତାଲିକା ଆୟଠାରୁ ମାତ୍ର ୪୦୦ ପ୍ରତିଶତ ଅଧକ।
Odisha Vigilance has arrested a sub-treasury employee from Khandapada.