( ବିୟୁରୋ ରିପୋର୍ଟ )
ବାପା ର ଆଖି ସାମ୍ନାରେ ନଦୀ ସ୍ରୋତରେ ଭାସିଗଲା ପୁଅ । ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ ବାପା ଓ ତାଙ୍କର 2 ପୁଅ । ନଦୀର ପ୍ରଖର ସ୍ରୋତରେ ବାପାଙ୍କ ଆଖି ଆଗରେ ସାନପୁଅ ମକରା ନଦୀ ରେ ଭାସିଗଲା । ଦିନ ତମାମ ଖୋଜାଖୋଜି ଜାରି ରହିଥିଲେ ମଧ୍ୟ ମିଳୁନାହିଁ ପୁଅର ପତ୍ତା ।
ଏଭଳି ଅଘଟଣ ଘଟିଛି ପୁରୀ ଜିଲ୍ଲା କଣାସ ନିକଟସ୍ଥ ମକରା ନଦୀ ରେ ।
ପୁରୀ ଜିଲ୍ଲାର କଣାସ ବ୍ଲକ ଅଧିନସ୍ଥ କାଦୁଅ ପଞ୍ଚାୟତ କଉଡିଖଣି ଗ୍ରାମର ମତ୍ସ୍ୟଜୀବୀ ମକର ବେହେରା ଏବଂ ତାଙ୍କର 2 ପୁଅ ( ବଡ଼ ପୁଅ – ମାନସ ବେହେରା ଏବଂ ସାନ ପୁଅ – ମନୋରଞ୍ଜନ ବେହେରା ) ଗତକାଲି ବିଳମ୍ବିତ ରାତ୍ରରେ ଚିଲିକାକୁ ମାଛଧରିବା ପାଇଁ ଡଙ୍ଗା ନେଇ ଯାଇଥିଲେ , ହେଲେ ଆଜି ପ୍ରଭାତ ସମୟରେ ମକରା ନଦୀରେ ପ୍ରଖର ସ୍ରୋତ ଯୋଗୁଁ ଡଙ୍ଗାଟି ଟଳ-ମଳ ହୋଇଥିଲା , ଆଉ ତା’ପରେ ଆଖି ସାମ୍ନାରେ ସାନ ପୁଅ ମନୋରଞ୍ଜନ ହଠାତ୍ ଡଙ୍ଗାରୁ ଗଳି ପଡିଲା । ବାସ୍ ଦେଖୁ-ଦେଖୁ ମନୋରଞ୍ଜନ ଭାସିଗଲା । ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ଦମକଳ ବାହିନୀ ସହାୟତା ନିଆଯାଇଛି ହେଲେ ମନୋରଞ୍ଜନ ବର୍ତ୍ତମାନ ସୁଦ୍ଧା ‘ଲା-ପତା’ ହୋଇଯାଇଛି ।
More Stories
SRI PRAVAT KUMAR PRADHAN, ASI OF POLICE, CHANDANPUR PS, DIST-PURI NABBED BY ODISHA VIGILANCE WHILE TAKING BRIBE RS 15,000/- FROM A COMPLAINANT TO HELP HIM IN A LAND DISPUTE CASE.
ପୂବା ଶାସନ ବିକାଶ ପରିଷଦ ପକ୍ଷରୁ ମୋ ଗାଁ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ l
ମାଆ ପାଦୁକେଇ ପୀଠରେ ବାଦି ପାଲା ଅନୁଷ୍ଠିତ l