*ହୃଷିକେଶ ରାୟ ମହାବିଦ୍ୟାଳୟରେ କାରଗିଲ ବିଜୟ ଦିବସ ଓ ବନମହୋତ୍ସବ ପାଳିତ ….*

ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ

ରାଉରକେଲା : ରାଉରକେଲା,ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟ ର ଜାତୀୟ  ସେବା ସଂସ୍ଥା(ବାଳକ) ଆନୁକୂଲ୍ୟରେ କାରଗିଲ ବିଜୟ ଦିବସ ଓ ବନମହୋତ୍ସବ ପାଳିତ ହୋଇଯାଇଛି। ପ୍ରଧ୍ଯାପିକା ଦିପ୍ତିମୟୀ ମହାପାତ୍ରଙ୍କ ସଭାପତିତ୍ବ ଓ  ଏନଏସଏସ ର ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରମଶକ୍ତି ମହାବିଦ୍ୟାଳୟର ପରିଚାଳନା ସମିତିର ସଭାପତି ପ୍ରାକ୍ତନ ପ୍ରଧ୍ଯାପକ ଶ୍ରୀନାଥ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ‘ ମେରି ମାଟି ମେରା ଦେଶ’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ରାଜନୀତି ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରଜନୀକାନ୍ତ ମିଶ୍ର ଓ ସମ୍ମାନିତ ବକ୍ତା ଭାବେ  ଇତିହାସ ବିଭାଗର ମୁଖ୍ୟ ବିନୟ କୁମାର ସାହାଣୀ କାରଗିଲ ବିଜୟ ଦିବସ ଓ ଯୁଦ୍ଧର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ ।    ଏହି ଅବସରରେ ଅଧ୍ୟାପକ  ସତ୍ୟନାରାୟଣ ଦୁବେ ଓ ଚିତ୍ତମୋହନ ମିଶ୍ର ପ୍ରମୁଖ ବକ୍ତବ୍ଯ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଜ୍ୟୋତିଷ କୁମାର ଦାସ, ଅଜୟ କୁମାର ସାମନ୍ତରାୟ, ରଣଜିତ ପଲାଇ ପ୍ରମୁଖ ସହଯୋଗ କରିଥିଲେ। ଏନଏସଏସ ର ସ୍ବେଚ୍ଛାସେବୀମାନେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ରୋପଣ କରିଥିଲେ ।

error: Content is protected !!