ଅରାଗଡ଼ ବୌଦ୍ଧ ପୀଠରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳିତ l

ପୁରୀଜିଲ୍ଲା (ଆମ ଓଡ଼ିଶା ଖବର )୧-୫-୨୬ ଜଟଣୀ ସନ୍ନିକଟ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରାଗଡ଼ ବୌଦ୍ଧ ପୀଠ ଠାରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି।ଏହି ଜୟନ୍ତୀ ଉତ୍ସବ ନାରୀ ମଙ୍ଗଳ ମହିଳା ସମିତି, ପୁରୀଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବାବୁ ଜଗଜୀବନ ରାମ ଜାତୀୟ ଫାଉଣ୍ଡେସନ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତି କରଣ ବିଭାଗ ସହାୟତା କରିଥିଲେ। ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜ ସେଵୀ ଶ୍ରୀ ଜଗଦାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକହିଥିଲେକି ବୁଦ୍ଧଙ୍କ ବାଣୀ ଆଜିର ସମାଜରେ ଶାନ୍ତି ଦେଇ ପାରିବ। ଅହିଂସା ମଣିଷକୁ ଶାନ୍ତିର ମାର୍ଗରେ ପରିଚାଳିତ କରି ପାରିବ। ମୁଖ୍ୟ ବକ୍ତା ଭାବେ ପ୍ରଦୀପ୍ତ କୁମାର ଦତ୍ତ ଯୋଗ ଦେଇ ବୌଦ୍ଧ ଧର୍ମ କିପରି ସାରା ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରିଛି ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର, ନରେନ୍ଦ୍ର କୁମାର ଜେନା, ପୂର୍ବତନ ପିପିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡା, ପଞ୍ଚାୟତ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ଜେନା, ପ୍ରଧାନ ଶିକ୍ଷକ ମଙ୍ଗୁଳି ଚରଣ ପରିଡା, ବସନ୍ତ କୁମାର ଦାସ ଯୋଗ ଦେଇ ଅରାଗଡ଼ ବୌଦ୍ଧ ପୀଠ ସମ୍ବଦ୍ଧରେ ଆଲୋଚନା କରିଥିଲେ। ଗୁଣନିଧି ବରାଳ ମଞ୍ଚ ସଂଯୋଜନା କରିଥିବା ବେଳେ ନାରୀ ମଙ୍ଗଳ ମହିଳା ସମିତିର ଉପଦେଷ୍ଟା ପ୍ରକାଶ ରାଉତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରେ ବୁଦ୍ଧଙ୍କ ଜୀବନୀ ଉପରେ ଅନୁଷ୍ଠିତ ରଚନା ଲିଖନ ଓ ବକ୍ତୃତା               ପ୍ରତିଯୋଗିତାରେ କୃତିତ୍ୱହାସଲ କରିଥିବା ଛାତ୍ର ଛାତ୍ର ଛାତ୍ରୀ  ସତ୍ୟଜିତ ବେହେରା, ପ୍ରତ୍ୟୁଷ ରାୟ, ଆଦ୍ୟାଶା ମହାପାତ୍ରଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା..। ମଞ୍ଚାସୀନ ସମସ୍ତ ଅତିଥି ଓ ସାମ୍ବାଦିକ ଦିଲ୍ଲୀପ ଧାଉଡ଼ିଆଙ୍କୁ ଅନୁଷ୍ଠାନ ପକ୍ଷରୁ ଅଙ୍ଗ ବସ୍ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଷ୍ଟ ଭୁଜା ଗୋଟିପୁଅ ନୃତ୍ୟ ପରିଷଦ, ଆଳସରଙ୍ଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲ�

error: Content is protected !!