ରାୟଗଡ଼ା (ଆମ ଓଡ଼ିଶା ଖବର )ଦଳିତ ସମୂହ ସହ ପ୍ରଶାସନ ର ଆଲୋଚନା ପରେ ଜବତ ପୁସ୍ତକ ର ପୁଣି ବିକ୍ରିବଟା ସାମାନ୍ୟ ହେଲା
ରାୟଗଡା ଜିଲ୍ଲା ସଦର ମହକୁମା ରେ ଅନୁଷ୍ଠିତ ୨୦୨୪ ଚଇତି ମହୋତ୍ସବ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଓରମାସ ଦାୟିତ୍ୱ ରେ ଥିବା ଶତାଧିକ ଅସ୍ଥାୟୀ ଦୋକାନଗୃହ କୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ପ୍ରଦାନ କରାଯାଇଥିଲା । ସେହିପରି କିଛି ଦଳିତ ବର୍ଗ ର ଯୁବପିଢି ଙ୍କୁ ବାମସେଫ ଅଧିନ ରେ ୮/୯ ନମ୍ବର ଦୋକାନ ଗୃହ କୁ ଓରମାସ ପକ୍ଷରୁ ଆବଣ୍ଟନ କରାଯାଇଥିଲା ।
ଏହି ଷ୍ଟୋଲ ରେ ଦଳିତ ସମ୍ପ୍ରଦାୟର ଇତିହାସ ସମ୍ପର୍କିତ କିଛି ପୁସ୍ତକ , ଯଥା ବୁଦ୍ଧଦେବ ଙ୍କର ଜୀବନୀ ଓ ବାଣୀ , ସମ୍ବିଧାନ ପୁସ୍ତକ ,ଡଃ ବାବା ସାହେବ ଆମ୍ବେଦକର , ସ୍ୱାମୀ ପେରିଆର ଏବଂ କିଛି ମହାପୁରୁଷ ଙ୍କର ଇତିହାସ ଓ ତାଙ୍କ ଜୀବନି ଭଳି ପୁସ୍ତକ ଜନସାଧାରଣଙ୍କୁ ବିକ୍ରୟ କରାଯାଉଥିଲା।
ଉକ୍ତ ବିକ୍ରିବଟା କୁ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ଗୁଜବ ସୃଷ୍ଟି କରିବା ସହିତ ରାୟଗଡା ଜିଲ୍ଲାପାଳ ପରୁନ ପଟୱାରୀ ଙ୍କୁ ହିନ୍ଦୁ ଧର୍ମ ବିରୋଧୀ ପୁସ୍ତକ ବିକ୍ରିକରୁଥିବା ର ଅଭିଯୋଗ କରିଥିଲେ ।

ଉକ୍ତ ଅଭିଯୋଗ କୁ ନେଇ ଜିଲ୍ଲାପାଳ ତୁରନ୍ତ ରାୟଗଡା ତହସିଲଦାର ଦେବାଶିଷ ବିଶ୍ୱାସ ଓ ଓରମାସ ଉପ- ନିର୍ଦେଶକ ମନୋଜ କୁମାର ପାତ୍ର ଙ୍କୁ ପୋଲିସ ସହାୟତା ରେ ବିକ୍ରି କରାଯାଉଥିବା ପୁସ୍ତକ କୁ ଜବତ ଓ ଦୁଇଟ ଷ୍ଟୋଲ କୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ସମ୍ବିଧାନ ପୁସ୍ତକ ବ୍ୟତୀତ ସମସ୍ତ ପୁସ୍ତକ କୁ ଜବତ କରିଥିଲେ ପ୍ରଶାସନ।ଜବତ ପୁସ୍ତକ ମଧ୍ୟରେ ଭଗବାନ ଗୌତମ ବୁଦ୍ଧ ଙ୍କୁ ହିନ୍ଦୁ ଧର୍ମର ବିଷ୍ଣୁ ଙ୍କର ନବମ ଅବତାର କୁ ଦଳିତ ସମ୍ପ୍ରଦାୟ ରେ ଭିତିହିଁନ ଦର୍ଶାଇଥିବା ପୁସ୍ତକ କୁ ନେଇ ବିବାଦ ସୃଷ୍ଟି ହେଇଥିବା ବେଳେ ପ୍ରଶାସନ ପକ୍ଷରୁ ସମସ୍ତ ପୁସ୍ତକ କୁ ଜବତ କରିଥିଲା । ଉକ୍ତ ଘଟଣା କୁ ଜିଲ୍ଲା ଅନ୍ତର୍ଗତ ବାମସେଫ ଜିଲ୍ଲା ଡମ ଓ ଆଦିବାସୀ ସମାଜ ର ଆଦିବାସୀ , ଦଳିତ ଓ ହରିଜନ ସମ୍ପ୍ରଦାୟର କ୍ରିୟା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅରମାସ ଉପନିର୍ଦେଶକ ମନୋଜ କୁମାର ପାତ୍ର କନ୍ଧ, ଡ଼ମ୍ବଙ୍କ ଚଇତି ନୁହଁ ବୋଲି ଜାତି ସୂଚକ ଗାଳି ଗୁଲଜ କରିଛନ୍ତି ଏବଂ ରାୟଗଡା ଜିଲ୍ଲାପାଳ ତୁରନ୍ତ କ୍ଷମାପ୍ରାର୍ଥନା କରନ୍ତୁ ନଚେତ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି ଏବଂ ସମସ୍ତ ଘଟଣା ସମ୍ୱନ୍ଧରେ ଏକ ଲିଖିତ ଅଭିଯୋଗ ମଧ୍ୟ ପ୍ରଶାସନ ବିରୋଧ ରେ କରାଯାଇଛି ।
ପରବର୍ତ୍ତୀ ସମୟରେ ଶତାଧିକ ଲୋକ ଯୋଗ ଦେଇ ସ୍ଥାନୀୟ ତହସିଲଦାର ଓ ଉପ-ଜିଲ୍ଲାପାଳ ଙ୍କର ସହ ଆଲୋଚନା କରିଥିଲେ ।ସ୍ଥିତି ସାମାନ୍ୟ ହେଲା ପରେ ପୁଣି ପ୍ରଶାସନ ଦ୍ଵାରା ଜବତ ପୁସ୍ତକ କୁ ସହସନ୍ନମାନ ର ସହ ଫେରେଇ ଦେଇଥିବାବେ ଳେ ବର୍ତ୍ତମାନ ଉକ୍ତ ପୁସ୍ତକ ର ପ୍ରଚାର ପ୍ରସାର ଓ ବିକ୍ରିୟ ଆରମ୍ବ ହେଇଯାଇଛି ।
ପ୍ରକାଶ ଥାଉକି ଏହି ଅବସରରେ ରାୟଗଡା ବିଧାୟକ ଆପଲାସ୍ୱାମୀ କାଡ୍ରାକା ଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ବିଷମକଟକ ବିଧାୟକ ନୀଳମାଧଵ ହିକକାଙ୍କ କରକୋମଳ ରେ ଉକ୍ତ ଏ୮,ଏବଂ ଏ୯ଷ୍ଟଲ ର ଉଦଘାଟନ ହୋଇଥିଲେ।
କାର୍ଯ୍ୟକ୍ରମ ରେ ଜିତୁ ଜାକାଶିକା,ଗଙ୍ଗାଧର ପୁଆଲା,ତ୍ରିନାଥ ବିଭର,କିଶୋର କୌଶଲ୍ୟା,ସୁଶାନ୍ତ ମାଣ୍ଡାଙ୍ଗୀ,ଭୂଷଣ ବିଡ଼ିକା
ତାମାରାଓ ବିଡ଼ିକା
ଧନିରାମ ନାୟକ ଓ ଶତାଧିକ ଆଦିବାସୀ, ଦଳିତ ଲୋକେ ଉପସ୍ଥିତ ଥିଲେ


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ