ଚିଲିକା (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍ କଣ୍ଟ୍ରୋଲ କାର୍ଯ୍ୟ କରୁଥିବା ବେଳେ କେତେକ ବାଇକ୍ ଚାଳକ ଦ୍ରୁତ ଗତିରେ ବାଇକ୍ ଚାଳନା କରୁଥିଲେ । ଯାହାକି ନିଜ ପାଇଁ ସହିତ ଅନ୍ୟ ମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିଲା । ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଏମାନଙ୍କୁ ପ୍ରଥମେ ସଚେତନ କରିବା ପରେ ମଧ୍ୟ ଏମାନେ ଅମାନିଆ ହୋଇ ସ୍ୱଭାବ ପରିବର୍ତ୍ତନ କରିନଥିଲେ । ‘ଦ୍ରୁତ ଗତି ମହା ବିପତ୍ତି’ ବୋଲି ଏହି ଅମାନିଆ ବାଇକ୍ ଚାଳକମାନେ ଜାଣିଥିଲେ ମଧ୍ୟ ପୋଲିସ ର ସଚେତନତା ବାର୍ତ୍ତା ଏମାନଙ୍କୁ ଭୃକ୍ଷେପ କରିନଥିଲା , ଆଉ ଶେଷରେ ଟାଙ୍ଗୀ ପୋଲିସ ଟ୍ରାଫିକ୍ କଣ୍ଟ୍ରୋଲ କରିବା ବେଳେ 6 ଜଣ ବାଇକ୍ ଚାଳକକୁ ଧରପଗଡ଼ କରି ସେମାନଙ୍କ ବାଇକ୍ ଗୁଡିକୁ ଜବତ କରିଛି । ଟାଙ୍ଗୀ ଥାନା ପୋଲିସର ଏଭଳି ପଦକ୍ଷେପକୁ ସାଧାରଣ ଜନତା ସ୍ୱାଗତ କରିଛନ୍ତି ।
ବେପାରୁଆ ବାଇକ୍ ଚାଳନା ଯୋଗୁଁ 6 ଟି ବାଇକ୍ ଜବତ କଲା ଟାଙ୍ଗୀ ପୋଲିସ l

More Stories
ରାଜା ୱେଲଫ୍ୟାର ଟ୍ରଷ୍ଟ ପକ୍ଷରୁ ସୁଖିଲା ଖାଦ୍ୟ ବଣ୍ଟନ l
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l