ଟାଙ୍ଗୀ (ଆମ ଓଡ଼ିଶା ଖବର )ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର କରାଯାଉଛି , ତା’ପରେ ସେ-ସବୁକୁ ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଛି , ଏଭଳି ଏକ ଖବର ପାଇବା ପରେ ତତ୍ପର ହୋଇ ଉଠିଥିଲା ପକ୍ଷୀ ସୁରକ୍ଷା ବାହିନୀ । ଚିଲିକା କୂଳରୁ ୧୪ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ୨ ଜଣ ଶିକାରୀ ଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ବିଷ ଦେଇ ପକ୍ଷୀ ଶିକାର କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସଙ୍କ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ତଥା ଶିକାରୀ ଦ୍ୱୟ ହେଲେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଦେଇପୁର ଗାଁର ସନ୍ତୋଷ କୁମାର ପଲେଇ ଓ ଟୁଲୁ ପଲେଇ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକା ଭୁଷଣ୍ଡପୁର ଚିଲିକା କୂଳ ନିକଟରୁ ଏହି ଶିକାରୀ ମାନଙ୍କୁ ଧରପଗଡ଼ କରାଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସଙ୍କ ସୂଚନା ଦେଇଛନ୍ତି ।
ଚିଲିକା: ୧୪ ଟି ମୃତ ବିଦେଶୀ ପକ୍ଷୀ ଜବତ, ୨ ଜଣ ଶିକାରୀ ଗିରଫ l


More Stories
ବ୍ରହ୍ମାକୁମାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ପାଳନ।
ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ ମକର ସଙ୍କ୍ରାନ୍ତି ପାଳିବା ସହିତ, ଗ୍ରନ୍ଥ ଲୋକାର୍ପଣ କଲେ।
କୁଖ୍ୟାତ ଡକାୟତ ନିରଞ୍ଜନ ସ୍ୱାଇଁକୁ ଧରିଲା ଧଉଳି ପୋଲିସ।