ଚିଲିକା (ଆମ ଓଡ଼ିଶା ଖବର )ଖୋରଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ କୁହୁଡ଼ି ଜନତା ହାଇସ୍କୁଲର ୬୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଚିଲିକା ର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଦିବଂଗତ ରାମଚନ୍ଦ୍ର ଶ୍ରୀଚନ୍ଦନ, ଶ୍ଯାମ ସୁନ୍ଦର ପାଇକରାୟ ଏବଂ ନୃସିଂହନାଥ ଦାସଙ୍କ ପ୍ରତି ମୂର୍ତ୍ତିରେ ଅତିଥି ବୃନ୍ଦ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ-ପରେ ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସ୍କୁଲର ପୁରାତନ ଛାତ୍ର ସଂସଦର ନୂତନ କମିଟି ଗଠନ କରା ଯାଇଥିଲା l ଏଥିରେ ସ୍ଥାୟୀ ସଭାପତି ଭାବେ ପ୍ରାକ୍ତନ ଛାତ୍ର ତଥା ଚିଲିକା ର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ , କାର୍ଯ୍ୟକାରୀ ସଭାପତି ମନୋଜ କୁମାର ମନସିଂହ ଏବଂ ପ୍ରଫୁଲ୍ଲ କୁମାର ପ୍ରଧାନ, ଉପ-ସଭାପତି ଭାବେ ପ୍ରସନ୍ନ କୁମାର ସୁବୁଦ୍ଧି, ଶଙ୍କର୍ଷଣ ଜେନା , ପ୍ରଶାନ୍ତ କୁମାର ଭୂଜବଳ (ସମ୍ପାଦକ) , ସହ-ସମ୍ପାଦକ ଭାବେ ରତ୍ନାକର ସାମନ୍ତରାୟ ଓ ନିଶି ରଞ୍ଜନ ବଳବନ୍ତରାୟ, କୋଷାଧ୍ଯକ୍ଷ ଭାବେ ଲକ୍ଷ୍ମୀଧର ଦାସ ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଙ୍କୁ ଚୟନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସ୍କୁଲର ସମସ୍ତ କର୍ମଚାରୀ ସଂଯୋଜନା କରିଥିଲେ ।
କୁହୁଡ଼ି ଜନତା ହାଇସ୍କୁଲର ୬୯ତମ ପ୍ରତିଷ୍ଠା ଦିବସ ପାଳିତ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.