ବାଣପୁର (ଆମ ଓଡ଼ିଶା ଖବର )ଆଜି 28/6 ବାଣପୁର ରେ ଦୁଇଟି ସ୍ଥାନ ଶ୍ରୀ ରଙ୍କନାଥ ଦେବ ଓ ପାଲଟଣ ପଡ଼ିଆ ରେ ଶ୍ରୀ ଚରଣ ଚକଦେବ ଙ୍କ ପିଠରେ ରଥଯାତ୍ରା ମହା ଆଡମ୍ବର ସହକାରେ ପାଳିତ ହୋଇଥାଏ, ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷ ମିଟୁ ନାୟକ ଙ୍କ ଅଧକ୍ଷତା ରେ ରଥଯାତ୍ରା କୁ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ଆଜି ବିଜ୍ଞାପିତ ଅଂଚଳ ପରିଷଦ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଡକା ଯାଇଥିଲା l
ତଦନୁଯାଇ ବାଣପୁର ତହସିଲଦାର,ଏସଡିପିଓ , ଥାନା ଅଧିକାରୀ,ଦମକଳ ବିଭାଗ,ବିଦ୍ୟୁତ ବିଭାଗର ଏସଡି ଓ , ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ,ରଥଯାତ୍ରା କମିଟି ର ଅଧିକାରୀ,ଟେଲିକମ ବିଭାଗ, ବିଭିନ୍ନ ବ୍ୟବସାୟୀ ସଂଘ, ଓ ସାମ୍ବାଦିକ ମାନଙ୍କୁ ନେଇ ଆଇନ ଶୃଙ୍ଖଳା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ଭିଡ଼ ନିୟନ୍ତ୍ରଣ,, ବିଦ୍ୟୁତ ସାରା୍ଵରାହ, ପରିମଳ,ଅଗ୍ନିଶମ ବାହିନୀ ର ସାହାଯ୍ୟ ସଂକ୍ରାନ୍ତ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ପାଇଁ ଆଜି ଦିନ 11.30 ମିନିଟ ସମୟ ରେ ଏକ ପ୍ରସ୍ତୁତି ବୈଠକ ଚିଠି ମାଧ୍ୟମ ରେ ଡକା ଯାଇଥିଲା,ତଦନୁଯାଇ ରଥଯାତ୍ରା କମିଟି ର କର୍ମ କର୍ତ୍ତା, ବିଭିନ୍ନ ବ୍ୟବସାୟୀ ସଂଗଠନ ର ପ୍ରତିନିଧି, ଓ ସାମ୍ବାଦିକ ମାନେ ସଭାଗୃହ ରେ ପହଂଚିବା ପରେ କେବଳ ବିଜ୍ଞାପିତ ପରିଷଦ ଅଧକ୍ଷ ମିଟୁ ନାୟକ ଓ ଅଗ୍ନିଶମ ବାହିନୀ ର ପ୍ରତିନିଧି ଙ୍କ ବ୍ୟତୀତ କୌଣସି ସରକାରୀ ପ୍ରଶାସନିକ ଅଧିକାରୀ ଙ୍କ ଦେଖାନଥିଲା l
ଏଣୁ ଏହି ବୈଠକ କୁ ସ୍ଥଗିତ କରା ଯାଇଥିଲା ଫଳରେ ଯୋଗଦେଇଥିବା ବ୍ୟକ୍ତି ବିଶେଷ ମାନେ ନିରାସ ହୋଇ ଏହିଭଳି ଗୁରୁତ୍ୱପୂର୍ଣ ବୈଠକ କୁ ପ୍ରଶାସନ ର ଅଣଦେଖା କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ l ଏ ସମ୍ପର୍କ ରେ ସାମ୍ବାଦିକ ମାନେ ପଚାରିଥିଲେ କଣ ପାଇଁ ବୈଠକ ସ୍ଥଗିତ କରାଗଲା ପ୍ରତିକ୍ରିୟା ପ୍ରକାଶ କରି ଅଧକ୍ଷ ମିଟୁ ନାୟକ କହିଥିଲେ ଯେ ପ୍ରଶାସନିକ ଅଧିକାରୀ ମାନେ କାହିଁକି ଉକ୍ତ ବୈଠକ କୁ ଆସିଲେ ନାହିଁ ସେ ବିଷୟରେ କିଛି କହି ପାରିବେ ନାହିଁ କିନ୍ତୁ ରଥଯାତ୍ରା ରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ସମ୍ପୂର୍ଣ ରୂପେ ଦାୟୀ ରହିବେ. ଏ ସମ୍ପର୍କ ରେ ବାଣପୁର ତହସିଲଦାର ଙ୍କୁ ପ୍ରଶ୍ନ କରାଯିବରେ ସେ କହିଲେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ସେ ଆଜି ବୈଠକ ରେ ଯୋଗ ଦେଇପାରିବେନାହିଁ ବୋଲି ଆଜି ଆକାଳୁ ଜଣାଇ ଦେଇଛନ୍ତି l
ଘଟଣାର ସତ୍ୟାସତ ଜାଣିବା ପାଇଁ କିଛି ସାମ୍ବାଦିକ ଏଗଜିକ୍ୱିଟିବ ଅଫିସର. ଶ୍ରୀମତୀ କାଦମ୍ବିନୀ ଜେନା ଙ୍କୁ ପଚାରିବାରୁ ସେ କହିଥିଲେ ଆଜି ମୋର ବ୍ୟକ୍ତିଗତ କାମ ଥିବାରୁ ବୈଠକ ଟିକୁ ସ୍ଥଗିତ ରଖାଗଲା, କିନ୍ତୁ ଏଠି ପ୍ରଶ୍ନ ଦିନ ୧୧.୩୦ ସମୟରେ ହେବାକୁ ଥିବା ବୈଠକ ଦିନ ୧.୧୫ ମିନିଟ ସମୟ ହେଲାଣି କିନ୍ତୁ କୌଣସି ପ୍ରଶାସନ ଅଧିକାରି ଙ୍କୁ ବୈଠକ ସ୍ଥଗିତ ରଖିବା ପାଇଁ ଚିଠି ମାଧ୍ୟମ କିମ୍ବା ବ୍ୟକ୍ତିଗତ ଜଣାଇନଥିଲେ l ଏଠି ଅଫିସର କହୁଛନ୍ତି ବୈଠକ ସ୍ଥଗିତ ରଖାଗଲା କିନ୍ତୁ ଅଧକ୍ଷ୍ୟ ମିଟୁ ନାୟକ କହୁଛନ୍ତି କୌଣସି ପ୍ରଶାସନ ଅଧିକାରୀ ବୈଠକରେ ଯୋଗ ଦେଲେନି ଏଠି କାହା କଥା ସତ୍ୟ ବୋଲି ଭାବିବା,କଣ ସରକାରୀ ଅଫିସର କିଛି ନୁଚାଉଛନ୍ତି ନା ଅଫିସରୁ ଇସୁ ହୋଇଥିବା ଚିଠିକୁ ପିଲା ଖେଳନା ଭାବୁଛନ୍ତିକି ତାହା ସାଧାରଣ କୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି l
More Stories
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର
ବୋଲଗଡ଼ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଯୁବ ବ୍ୟବସାୟୀ ଗଣେଶଙ୍କ ହୃଦଘାତରେ ପରଲୋକ ।