ଟାଙ୍ଗୀ (ଆମ ଓଡ଼ିଶା ଖବର )ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର କରାଯାଉଛି , ତା’ପରେ ସେ-ସବୁକୁ ବିଭିନ୍ନ ସ୍ଥାନକୁ ସପ୍ଲାଇ କରାଯାଉଛି , ଏଭଳି ଏକ ଖବର ପାଇବା ପରେ ତତ୍ପର ହୋଇ ଉଠିଥିଲା ପକ୍ଷୀ ସୁରକ୍ଷା ବାହିନୀ । ଚିଲିକା କୂଳରୁ ୧୪ ଟି ମୃତ ବିଦେଶୀ ପକ୍ଷୀ ଜବତ କରିବା ସହିତ ୨ ଜଣ ଶିକାରୀ ଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ବିଷ ଦେଇ ପକ୍ଷୀ ଶିକାର କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସଙ୍କ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ତଥା ଶିକାରୀ ଦ୍ୱୟ ହେଲେ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଦେଇପୁର ଗାଁର ସନ୍ତୋଷ କୁମାର ପଲେଇ ଓ ଟୁଲୁ ପଲେଇ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକା ଭୁଷଣ୍ଡପୁର ଚିଲିକା କୂଳ ନିକଟରୁ ଏହି ଶିକାରୀ ମାନଙ୍କୁ ଧରପଗଡ଼ କରାଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସଙ୍କ ସୂଚନା ଦେଇଛନ୍ତି ।
ଚିଲିକା: ୧୪ ଟି ମୃତ ବିଦେଶୀ ପକ୍ଷୀ ଜବତ, ୨ ଜଣ ଶିକାରୀ ଗିରଫ l


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।