ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳକୁ ରେଳ ସଂଯୋଗ ଦାବୀରେ ଆଜି କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ପରିଷଦର କର୍ମକର୍ତ୍ତା ମାନେ ବନ୍ଦ ପାଳନକୁ ସଫଳ କରିବା ପାଇଁ ରାଜରାସ୍ତାକୁ ଓଲ୍ଲାଇଛନ୍ତି । ସଦର ମହକୁମା ଫୁଲବାଣୀର ମାଦିକୁନ୍ଦା ଛକରେ କର୍ମକର୍ତା ମାନେ ବେନର ଲଗାଇ ରାସ୍ତା ଅବରୋଧ କରିଥିବା ବେଳେ ବାଲିଗୁଡ଼ା ସହରରେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ବସ୍ ଷ୍ଟାଣ୍ଡ ନିକଟସ୍ଥ ବୁଡାଗୁଡ଼ା ଛକରେ ୫୯ ନଂ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଫଳରେ ସେପଟେ ରାଞ୍ଚି -ବିଜୟୱାଡ଼ା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ଗୋପାଳପୁର -ରାୟପୁର ୫୯ ନଂ ଜାତୀୟ ରାଜପଥରେ ମଧ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ଦ ପାଳନକୁ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ବସ୍ ଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିଛି । ଯେଉଁ ପର୍ଯ୍ୟନ୍ତ ଜିଲ୍ଲାକୁ ଏବଂ ସଦର ମହକୁମା ଫୁଲବାଣୀକୁ ରେଳସଂଯୋଗ ହୋଇନି, ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିଥିବ ବୋଲି ପରିଷଦର ସଭାପତି ଏବଂ ଅନ୍ୟ ସଦସ୍ୟମାନେ କହିଛନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗଠନ ଓ ବ୍ୟବସାୟ ପ୍ରତିଷ୍ଠାନ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।