କନ୍ଧମାଳ ଜିଲ୍ଲା ପିରିଙ୍ଗିଆ ରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ଜଣେ ଆସନ୍ନ ପ୍ରସବାଙ୍କୁ ଡାକ୍ତରଖାନା ନେଇ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି ଜନନୀ ଏକ୍ସପ୍ରେସ। ଫଳରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ହିଁ ଦୁର୍ଘଟଣା ସ୍ଥଳରେ ପ୍ରସବ କରିଛନ୍ତି ଗର୍ଭବତୀ ମହିଳା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ।ସୂଚନା ଅନୁଯାୟୀ, ଫିରିଙ୍ଗିଆ ବ୍ଲକ ଜଜେଶପାଙ୍ଗାର ସୀତାରାମ ବେହେରାଙ୍କ ସ୍ତ୍ରୀ ସୁଭଦ୍ରା(୩୦)ଙ୍କ ଗର୍ଭ ଯନ୍ତ୍ରଣା ଆସିବାରୁ ଜନନୀ ଏକ୍ସପ୍ରେସକୁ ଖବର ଦିଆ ଯାଇଥିଲା। ଫିରିଙ୍ଗିଆରୁ ୧୦୨ ଆମ୍ବୁଲାନ୍ସ ଆସି ସୁଭଦ୍ରାଙ୍କୁ ମେଡିକାଲ ନେଉଥିଲା। ତେବେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଉ ପ୍ରାୟ ୨୦ କିମି ଥିବା ବେଳେ ଡିମିରିଗୁଡା ଛକଠାରେ ଆମ୍ବୁଲାନ୍ସଟି ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କଡରେ ଏକ ଶାଳ ଗଛକୁ ବାଡେଇ ହୋଇ ଯାଇଥିଲା। ଡାକ୍ତରଖାନାରେ ପହଞ୍ଚି ନ ପାରି ସେଠାରେ ହିଁ ସୁଭଦ୍ରା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ଫିରିଙ୍ଗିଆରୁ ୧୦୮ ଆମ୍ବୁଲାନ୍ସ ଆସି ସେମାନଙ୍କୁ ମେଡିକାଲ ନେଇଥିଲା। ଉଭୟ ମା ଛୁଆ ଏବେ ସୁସ୍ଥ ଥିବା ଜଣାପଡିଛି। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିଲେ ବି ସାଙ୍ଗରେ ଥିବା ସୁଭଦ୍ରାଙ୍କ ସମ୍ପର୍କୀୟ ସାଧବାଣୀ ନାୟକ ସାମାନ୍ୟ ଆହତ ହୋଇଛନ୍ତି।
ଅନ୍ୟପଟେ ଆମ୍ବୁଲାନ୍ସ ଡ୍ରାଇଭର ଙ୍କ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଂଚଳର ପ୍ରତକ୍ଷଦର୍ଶୀ ମତ ଦେଇଛନ୍ତି କିନ୍ତୁ ପ୍ରକୃତ ବିଷୟ ଆମ୍ବୁଲାସ ର ଷ୍ଟେରିଙ୍ଗି ପେଲ ହେରୁ ଏହିପରି ଘଟି ଥିବା ଜଣା ପଡିଛି ଉକ୍ତ ସ୍ଥାନରେ ସାମ୍ବାଦିକ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଫିରିଙ୍ଗିଆ ସକାଳ ରିପୋର୍ଟର ସୁଶାନ୍ତ ଦିଗାଲ, ପ୍ରମୟ ରିପୋର୍ଟର ଗୌର ବେହେରା ଓ ନିତିଦିନ ରିପୋର୍ଟର ଗୋଲକ କହଁର ଘଟଣା ସ୍ଥଳରେ 108 ଅମୁଲେନ୍ସ କୁ ଫୋନ କାରି ଡାକିବା ସହ ସୁରକ୍ଷିତ ଭାବରେ ଉଭୟ ମା ଓ ନବଜାତ ଶିଶୁ କୁ ମେଡିକାଲ ପହଞ୍ଚାଇ ମାନବିକତା ଦେଖାଇଛନ୍ତି l
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l