ମଣିଷ ସମୟ କ୍ରମେ ଜଙ୍ଗଲ ଛାଡି ଗ୍ରାମ ଓ ସହରରେ ରହିବାକୁ ଭଲ ପାଇଲା l ସେ ଜମିରେ ବିଭିନ୍ନ ଫସଲ ଉତ୍ପର୍ନ କଲା କାଠ, ବାଉଁଶ, ଧାତୁ ଓ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ନାନାଦି ଦ୍ରବ୍ୟ ତିଆରି କଲା l ନିଜପାଇଁ ଆବଶ୍ୟକ ପଦାର୍ଥ ପାଖରେ ରଖି ବଳକା ଜିନିଷ ବିକିବାକୁ ଇଛାକଲl, ନିଜ ପାଖରେ ଯେଉଁ ଦ୍ରବ୍ୟ ନଥିଲା ତାହା ଅନ୍ୟ ଜିନଷ ଅଦଳ ବଦଳ କରିବାକୁ ବାଧ୍ୟ ହେଲା l କଳକ୍ରମେ ବିନିମୟ ବ୍ୟବସ୍ତା ପରିବର୍ତ୍ତେ ଦ୍ରବ୍ୟ କ୍ରୟ ବିକ୍ରୟ କରାଗଲା, ଗ୍ରାମ ଓ ସହରର କେନ୍ଦ୍ର ସ୍ଥାନ ମାନଙ୍କରେ କିଣା ବିକା ପାଇଁ ଜିନିଷ ମାନ ଜମା କରାଗଲା l ସେହି କେନ୍ଦ୍ରସ୍ଥଳୀ ମାନଙ୍କ ରୁ ବଜାର ବା ହାଟ କୁହାଗଲା l ଏବେ ମଧ୍ୟ ପ୍ରତି ସପ୍ତାହ ରେ ହାଟ ବସୁଛି l ସେହିପରି ବଡ଼ବଡ଼ ଗାଁ ମାନଙ୍କ ରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ହାଟ ବସେ, କେତେ ଛୋଟ ଛୋଟ ଗାଁର କେନ୍ଦ୍ର ସ୍ଥାନରେ ହାଟବସିବା ପାଇଁ ସ୍ଥିର କରାଯାଇଥାଏ l ସାଧାରଣତଃ ଗୋଟିଏ ପଡିଆରେ କିମ୍ବା ତୋଟା ରେ ହାଟ ବସିବାର ଦେଖାଯାଏ l
ବେଳେ ବେଳେ ନଈ ପୋଖରୀ ପାଖରେ ହାଟ ବସିଥାଏ l ଯେଉଁ ଠାରେ ଖରାରୁ ରକ୍ଷା କରିବା ପାଇଁ ଛାଇ ମିଳିବ ଓ ଜଳର ସୁବିଧା ଥିବ ସେହିପରି ସ୍ଥାନ ହାଟ ପାଇଁ ଭଲ କେତକ ସ୍ଥାନରେ ସପ୍ତାହକେ ଥରେ ତ ଅନ୍ୟ କେତେକ ଜାଗାରେ ଦୁଇଥର ହାଟ ବସେ, ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହାଟରେ କିଣାବିକାଚାଲେ l ଏହି ହାଟ ମାନଙ୍କ ରେ ଧାଡିରେ ଦୋକାନ ଗୁଡାକ ବସିଥାଏ l ଏଥିରେ ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ପନିପରିବା, ହାଣ୍ଡି ମାଠିଆ, ମାଛ ଶୁଖୁଆ ପ୍ରଭୃତି ଭିର୍ଣ୍ଣ ଭିନ୍ନ ସ୍ଥାନରେ ବିକ୍ରି ହୁଏ l କାଠ ବାଉଁଶରେ ତିଆରି ଜିନିଷ ଓ ଗାଈଗୋରୁ ମଧ୍ୟ ହାଟରେ ବିକାକିଣା ହୁଏ l ଲୁଗା ପଟା ଓ ମନୋହାରୀ ଜିନିଷ ମଧ୍ୟ ମିଳେ, ବିଭିନ୍ନ ପ୍ରକାର ଫଳମୂଳ ମିଳେ, ହୋଟେଲ ମାନଙ୍କରେ ମିଠା ଚା, ଜଲିଖିଆ ମିଳେ, କୃଷକ ମାନଙ୍କ ପାଇଁ କୃଷି ଉପଯୋଗୀ ବିଭିନ୍ନ ସରଞ୍ଜାମ ବିକ୍ରୟ ନିମନ୍ତେ ଆସିଥାଏ l ପଥର ତିଆରି ଜିନଷ ମଧ୍ୟ ଆସି ବିକ୍ରି ହୋଇଥାଏ l
ଏହି ହାଟ ଦିନମାନଙ୍କରେ ନିକଟସ୍ଥ ଗ୍ରାମମାନଙ୍କରୁ ବହୁ ଲୋକ ଆସିଥାନ୍ତି l କ୍ରେତା ବିକ୍ରେତା ଙ୍କ ଗହଳିରେ ସ୍ଥାନଟି ମୁଖରିତ ହୋଇ ଉଠେ l କେତେକ ବ୍ୟକ୍ତି ଶଗଡ଼ ଓ ସାଇକେଲ ସାହାଯ୍ୟରେ ଜିନିଷ ନେବା ଆଣିବା କରନ୍ତି l କିଣା ବିକ୍ରି ସମୟ ରେ ଦର କସାକସି ବେଳେ କେତେବେଳେ କେମିତି ପାଟି ତୁଣ୍ଡ ହୁଏ l ବେଳେ ବେଳେ ଅସାଧୁ ବ୍ୟବସାୟୀ ମାନେ କ୍ରେତା ମାନଙ୍କୁ ଠକିବା କୁ ଚେଷ୍ଟା କରନ୍ତି ଏବଂ ସେସମୟରେ କ୍ରେତା ବିକ୍ରେତାଙ୍କ ମଧ୍ୟରେ ବଚସା ମଧ୍ୟ୍ୟ ସୃଷ୍ଟି ହୁଏ l ଶାନ୍ତି ଶୃଙ୍ଖଳା ପାଇଁ ହାଟ ର ଏକଜୁଟି ବଡି ମେମ୍ବର ପୋଲିସ ର ସହାୟତା ଲୋଡିଥାନ୍ତି l ତଥାପି ହାଟ ମାନଙ୍କରେ କିଛି ଅସାମାଜିକ ବ୍ୟକ୍ତି ପକେଟମାର ଓ ଚୋର ମାନଙ୍କ ଉପଦ୍ରଵ ଦେଖାଦିଏ ତେଣୁ ଅମାନଙ୍କ ପ୍ରତି ସାବଧାନ ରହିବା ଦରକାର ସେଥିପାଇଁ ପୋଲିସ ସଜାଗ ହୋଇ ଏ ଦିଗରେ ଦୃଷ୍ଟି ଦେଇଥାନ୍ତି l
ହାଟ ରେ ବେଳେ ବେଳେ ଦୁର୍ଘଟଣା ଘଟେ, ଲୋକମାନେ ସତର୍କତା ଅବଲମ୍ବନ କଲେ ଅସୁବିଧା ର ସମ୍ମୁଖୀନ ହେବ ନାହିଁ l ହାଟର ଉପକାରିତା ହେଉଛି ଗ୍ରାମାଞ୍ଚଳ ପାଇଁ ଖୁବ କାମ l କେଉଁ ପୁରୁଣା କାଳରୁ ଏହି ହାଟ ତାର ସ୍ଥିତି ବଜାଇ ରଖିଛି l ଲୋକମାନଙ୍କର ସୁବିଧା ସୁଯୋଗ ପାଇଁ ଏହାର ସୃଷ୍ଟି କରାଯାଇଛି l ହାଟ ସ୍ଥଳୀ ମାନଙ୍କରେ ପରିମଳ ବ୍ୟବସ୍ଥା ପ୍ରତି ସରକାରୀ ତତ୍ପରତା ବୃଦ୍ଧିପାଇବା ଉଚିତ, ହାଟର ସୁପରିଚାଳନା କମିଟି ନିୟମିତ ପ୍ରତ୍ୟେକ କ୍ଷେତ୍ରରେ ଧ୍ୟାନ ଦେବା ଉଚିତ l କିନ୍ତୁ ଆଜିର ଦିନରେ ହାଟ ବସିବା ବହୁତ କମ ହୋଇଯାଇଛି l ବର୍ତମାନ ସମୟ ରେ ସେସବୁ ବିଭିନ୍ନ ଯାତ୍ରା, ମେଳା ଓ ଗାଁ ଗାଁ ବୁଲି ବିକ୍ରି କରୁଥିବା ନଜରକୁ ଆସୁଛି l
କେତେକ ଜାଗାରେ ମଧ୍ୟ୍ୟ ହାଟ ବନ୍ଦ ହୋଇଗଲାଣି ତ ଆଉ କେତେକ ଜାଗାରେ ହାଟ ସୁରୁଖୁରୁରେ ଚାଲିଛି l ଆଉ କିଛି ବର୍ଷ ପରେ ସହର ମାନଙ୍କ ବିସ୍ତାର ଯୋଗୁଁ ଗ୍ରାମାଞ୍ଚଳର ଯୁବକ ଯୁବତୀ ଉଚ୍ଚ ଶିକ୍ଷିତ ହେବାପାଇଁ ବଡ଼ବଡ଼ ସହର ମୁଖେ ହେଉଥବାରୁ ଚାଷ ବାସ ହୋଇ ପାରୁନି ଯାହା ଫଳରେ ବିଲ ମାଙ୍କରେ ଚାଷ ନ ହୋଇ ପଡିଆ ହୋଇ ରହିଯାଉଛି l ଏହିଭଳି ବିଭିନ୍ନ ସମସ୍ୟା ଯୋଗୁଁ ହାଟ ପରିବର୍ତ୍ତେ ସହର ବଜାର ମାନଙ୍କ ରେ ସପିଙ୍ଗ ମହଲ ଖୋଲି ସେଥିରେ ବିଭିନ୍ନ ପ୍ରକାର ଦିନସ ଦେଖିବାକୁ ମିଳିଲାଣି, ଆଜିକାଲି ର ଯୁବ ପିଢ଼ି ହାଟକୁ ପସନ୍ଦ କରୁନଥିବା ଦେଖିବାକୁ ମିଳେ ତଥାପି କିଛି ଜଗାରେ ଏବେବି ହାଟ ଚାଲୁରହିଛି!!
More Stories
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l
କାଳିମେଘି ଜାଗିଲିପଦର ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଭୁକ୍ତ ହେଲା ଏକାଦଶ ଶ୍ରେଣୀ l