ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା17/8( ) ଭାରତୀୟ କିସାନ ସଙ୍ଘ ବୌଦ୍ଧ ଜିଲ୍ଲାର ସଭାପତି ସୂର୍ଯ୍ୟ ମହାପାତ୍ର ଙ୍କ ନେତୃତ୍ୱରେ ଗୁରୁବାର ଦିନ ଏକ ଚାଷୀ ପ୍ରତିନିଧି ଦଳ ହରଭଂଗା ତହସିଲଦାର ଶିବାନୀ ଦାସ ଙ୍କୁ ଭେଟି ବ୍ଲକ ଚାଷୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ.l ଚାଷୀ ନେତା ଙ୍କ ଅଭିଯୋଗ ଅନୁଯାଇ ତହସିଲଦାର ଙ୍କ ନିର୍ଦେଶ ସତ୍ୱେ ସମ୍ପୃକ୍ତ କିରାଣୀ କାର୍ଯ୍ୟ ନ କରିବାରୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ ମାନଙ୍କରେ ପଡି ରହିଛି,l କ୍ଷତିଗ୍ରସ୍ତ ଚାଷୀ ମାନେ ପାସ ବୁକ ର ଜେରକ୍ସ ଦେଇ ବର୍ଷ ତମାମ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି, lତେଣୁ ସମସ୍ତ ଚାଷୀ, କୃଷକ ନେତାମାନଙ୍କ ଭିତରେ ପ୍ରଶାସନ ର ମନମୁଖୀ କାର୍ଯ୍ୟ କୁ ନେଇ ତୃଣ ମୂଳ ସ୍ତର ରେ କ୍ଷୋଭ ପ୍ରକାଶ ଉଠୁଛି l. ସେହିପରି ଭାବେ ଧଳପୁର ଚାଷୀଙ୍କ ପାଇଁ ପ୍ରାକୃତିକ ବିପର୍ଯୟ ପାଥେଇ ରେ ଆସିଥିବା ପ୍ରାୟ ତିରିଶ ଲକ୍ଷ ଟଙ୍କା ସେ ସମୟ ରେ ଦାୟିତ୍ୱ ରେ ଥିବା ଆର. ଆଇ. ଙ୍କ ମନାମାନୀ କାର୍ଯ୍ୟ ଯୋଗୁଁ ଚାଷୀଙ୍କୁ ଆଜିପର୍ଯ୍ୟନ୍ତ ପାଥେଇ କ୍ଷୟକ୍ଷତି ସରକାରୀ ସହାୟତା ରୁ ବଂଚିତ ହେବାକୁ ପଡିଛି l ଏପରିକି ତତ୍କାଳୀନ ତହସିଲଦାର ଙ୍କ ଲିଖିତ ଆଦେଶ କୁ ମଧ ଖାତିରି କଲେ ନାହିଁ. ବରଂ ଦଣ୍ଡ ସ୍ୱସୃପ ତାଙ୍କୁ କେବଳ ଅନ୍ୟତ୍ର ବଦଳି କରି ଚାଷୀଙ୍କୁ ଆତ୍ମ ସନ୍ତୋଷ କରି ଦିଆଗଲା l. କିନ୍ତୁ ଚାଷୀଙ୍କ ପାଇଁ ଲାଭ କଣ ବୋଲି ଚାଷୀ ନେତା ତହସିଲଦାର ଙ୍କ ସହ ଆଲୋଚନା କରି ଚାଷୀ ଙ୍କ ହକ ପାଇଁ ପ୍ରଶ୍ନ କରିଥିଲେ l ଅନ୍ୟପଟେ ଚଳିତ ବର୍ଷ ହରଭଂଗା ଅଞ୍ଚଳ ରେ ସ୍ୱଳ୍ପ ବୃଷ୍ଟି ପାଇଁ ଚାଷ କାମ ମଧ୍ୟ ଠିକ ଭାବ ରେ ହୋଇପାରୁ ନାହିଁ..ପ୍ରବଳ ବନ୍ୟାରେ ନଦୀ କୁଳିଆ ଅଞ୍ଚଳ ରେ ଜମି ଉପରେ ବାଲି ଚର ହୋଇ ଯାଇଛି l କ୍ଷୟ କ୍ଷତିର ଆକଳନ କରି କ୍ଷତିପୂରଣ ଦେବା ପାଇଁ ଚାଷୀ ନେତା ମାନେ ତହସିଲଦାର ଙ୍କ ନିକଟରେ ଦାବି କରିଥିଲେ.lଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ତୁରନ୍ତ ଚାଷୀଙ୍କୁ ନଦେଲେ ଆସନ୍ତା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଶହ ଶହ ଚାଷୀ ଆସି ଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଥିଲେ l ହରଭଙ୍ଗା ତହସିଲଦାର ଙ୍କ ସାକ୍ଷାତ କାର ସମୟ ରେ ପ୍ରତିନିଧି ମଣ୍ଡଳରେ ପ୍ରକାଶ ଦାସ,ତପନ ଡାଙ୍ଗ, କାଳିନ୍ଦୀ ଖେତୀ ପ୍ରମୁଖ ଚାଷୀନେତା ଉପସ୍ଥିତ ଥିଲେ l


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025