କଲ୍ୟାଣସିଂହପୁର, ୨୦/୮(ଆପ୍ର):- ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କୁ ଯାତାୟାତ କରୁଥିବା ଲକ୍ଷ୍ମୀ ବସ ଅଚଳ। ସୂଚନା ମୁତାବକ ନିୟମଗିରି ପାର୍ସାଲି ପଞ୍ଚାୟତ କୁ ଯାତାୟାତ କରୁଥିବା ଲଷ୍ମୀବସ ପ୍ରାୟ ୧୦ ଦିନ ହେବ ଅଚଳ ହୋଇ ଠପ। ନିୟଗିରି ଅଞ୍ଚଳ ଆଦିମ ଜନଜାତି ଡ଼ଙ୍ଗରିଆ ଙ୍କ ଉନ୍ନତି ପାଇଁ ଅନେକ ଯୋଜନା ରହିଛି ଏଥି ନିମନ୍ତେ ଖର୍ଚ୍ଚ ହେଉଛି କଟିକଟି ଟଙ୍କା। ସେମାନଙ୍କୁ ମୁଖ୍ୟସ୍ରତ କୁ ଆଣିବା ନିମନ୍ତେ ସରକାର ଅନେକ ଯୋଜନା ମାଧ୍ୟମରେ କଟକଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ନିୟମଗିରି ଡ଼ଙ୍ଗରିଆ ଙ୍କ ପାଇଁ ଲକ୍ଷ୍ମୀବସ ଯାତାୟାତ ର ବ୍ୟବସ୍ଥା କରାଯାଇଛି ଯେ ଯାତାୟାତ ରେ ସୁବିଧା ନିମନ୍ତେ। କିନ୍ତୁ ଆଜକୁ ୧୦ ଦିନ ହେବ ଅଚଳ ହୋଇ ପଡି ରହିଥିବା ସ୍ୱେତେ ବର୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ହେତୁ ନିୟଗିରି ଡ଼ଙ୍ଗରିଆ ଙ୍କ ଯିବା ଆସିବାରେ ସମସ୍ୟା ଓ ଅଧିକ ଖର୍ଚ୍ଚାନ୍ତ କରି ଆସିବାକୁ ପଡୁଛି। ଯାହାର ଗାଡି ନମ୍ବର ରହିଛି ( ଓଡି ୧୮ ଏମ ୩୩୫୪ )। ଏ ମାନଙ୍କ ଜୀବନ ଜୀବିକା କହିଲେ ଏକମାତ୍ର ରାସ୍ତା ଯାହା ଜଙ୍ଗଲୀ ଦ୍ରବ୍ୟ ଯାହା ବାଉଁଶ କରଡ଼ି, ଛତୁ, କଦଳୀ, ହଳଦୀ, ଓଦା, କନ୍ଦା ଭଳି ଅନେକ ଯାହା ପାଆନ୍ତି ତାକୁ ନେଇ ବଜାରରେ ବିକ୍ରି କରି ପରିବାର ଭରଣ ପୋଷଣ କରିଥାନ୍ତି। ପାର୍ସାଲି ଏକ ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳ ଯାହାକୁ ନିୟମଗିରି ଅଞ୍ଚଳ ଭାବେ ପରିଚିତ। ଏହି ବସରେ ପଟାଙ୍ଗ ପଦର, ଲାଖପଦର, ଡଙ୍ଗାମାଟି, ଲମ୍ବା, ଗୁମା,ଭଳି ଅନେକ କ ଗାଁ ନିର୍ଭର କରିଥାନ୍ତି।ଆଜକୁ ୧୦ ଦିନ ହେବ ଲକ୍ଷ୍ମୀବସ ଅଚଳ ହୋଇଥିବାରୁ ଚଡା ଦରରେ ଓଟରେ ୨ ହଜାର ଦେଇ ଯିବାଆସିବା କରୁଛୁ ଏହି ଭଳି ଚଡା ଦରରେ ଯିବାଆସିବା କରିବା ଓ ନିଜର ଭରଣ ପୋଷଣ ପାଇଁ ଜୀବିକା ପ୍ରଭାବିତ ହେଉଛି ବୋଲି ନିୟଗିରି ଅଞ୍ଚଳର ୱାଡାକା ମାଲାଡୀ, ଶିକକା ହୁଣ୍ଡାଡ଼ି, ରାଜୁ ଶିକକା, ବୁଦ୍ରୀ ୱାଡାକା, ଦଦୀ ଶିକକା, ସମ୍ବାରାଓ ୱାଡାକା, ମଙ୍ଗୁ ଶିକକା ପ୍ରକାଶ କରିଛନ୍ତି। ସେହି ପରି ଧାମୁଣିପଙ୍ଗା ପଞ୍ଚାୟତ ଦେଇ ହାତୀମୁଣ୍ଡା କୁ ମଧ୍ୟ ଏହି ବସ ଯାତାୟାତ ରେ ରହିଥିବା ସମସ୍ୟା ରହିଥିବା ସୂଚନା ରହିଛି।ଏହି ଅଚଳ ଲକ୍ଷ୍ମୀ ବସର ସମସ୍ୟା କୁ ନେଇ ବସ ଇନଚାର୍ଜ ସୁନୀଲ ସେନାପତି ଙ୍କୁ ଅବଗତ କରାଇବାପରେ ସେ କହିଛନ୍ତି ଯେ ବସଟି ର ଟାୟାର ଖରାପ ରହିଥିବା ହେତୁ ଅଚଳ ରହିଛି କିନ୍ତୁ ଏହି ବିଷୟରେ ଏମ ଡି ମଧୁସୂଦନ ଦୋଳପତି ଙ୍କୁ ଜଣେଇଛୁ ଟାୟାର ଆସିଲେ ଗାଡି ଚଳିବ ବୋଲି ପ୍ରତିଶୃତି ଦେଇଛନ୍ତି।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।