
ରାୟଗଡ ଜିଲ୍ଲା (ଆମ ଓଡିଶା ଖବର):-ତା:-୨୧/୦୮-
ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ ଜଳବିଭାଜିକା ମିଶାନର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଦାମୋଦର ପାଣିଗ୍ରାହୀ ଉପର ପାଡିଖାଲ ଗ୍ରାମର ଦିତାଧିକାରୀ ଶ୍ରୀ ବିରି ମାଝିଙ୍କ ନିଜସ୍ୱ ହେବାକୁ ଥିବା ସିଲଭର ଓକ ଚାରା ରୋପଣ କରିଥିଲେ । ସେଠାରେ ସେ ଶ୍ରୀ ବିରି ମାଝିଙ୍କର ଏକ ଏକର ଜମିରେ ସିଲଭର ଓକ ଚାରା ରୋପଣ କରି ତାର ଯତ୍ନ ଏବଂ ତଦାରଖ କରିବାକୁ ଉପଦେଶ ଦେଇଥିଲେ ଏବଂ ଏହା ଦ୍ୱାରା କଫି ଚାଷ କରି ଲାଭବାନ ହେବେ ବୋଲି ବୁଝାଇଥିଲେ । ଉପର ପାଡିଖାଲ ସ୍ଥିତ ସିଲଭର ଓକ ନର୍ସରି ପରିଦର୍ଶନ କରିବା ସହ ହିତାଧିକାରୀ ଯଥା ଶ୍ରୀ ବିର ସିଂ ମାଝୀ,ଶ୍ରୀ ସାନି ମାଝୀ ଏବଂ ଅନ୍ୟ ହିତାଧିକାରୀ ମାନଙ୍କୁ ସିଲଭର ଓକ ଚାରା ବଣ୍ଟନ କରିଥିଲେ । ହିତାଧିକାରୀ ଏବଂ ଉପସ୍ଥିତ ତଳଝିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସୀତାରାମ ମାଝି ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ । ସିଲଭର ଓକ ଚାରା ରୋପଣର ତିନି ବର୍ଷ ପରେ ତାର ଛାୟା ତଳେ କଫି ଚାଷ ଏବଂ ଗୋଲ ମରିଚ ଚାଷ କରି ଚାଷୀ ଅଧିକ ଲାଭବାନ ହୋଇ ପାରିବ ବୋଲି ବୁଝାଇଥିଲେ । ଛାୟା ବୃକ୍ଷ ରୋପଣ ନିମନ୍ତେ ସମସ୍ତ ଚାରା ଜଳ ବିଭାଜିକା ଯୋଗାଇ ଦେବା ସହ ତାର ରକ୍ଷଣା ବେକ୍ଷଣ ନିମନ୍ତେ ହେଉଥିବା ସମସ୍ତ ଅର୍ଥ ପ୍ରକଳ୍ପ ନିର୍ତ୍ତେଶକ ଜଳ ବିଭାଜିକା,ରାୟଗଡ ତରଫରୁ ପ୍ରଦାନ କରାଯିବ ବୋଲି କହିଥିଲେ । ତତ୍ ପରେ ସେ ଉପର ପାଡି ଖାଲ ଗ୍ରାମରେ ଉଦ୍ୟାନ କୃଷି ବିଭାଗ କରାଯାଇଥିବା ଆଳୁ କ୍ଷେତର ପରିଦର୍ଶନ କରିଥିଲେ ଏବଂ ହିତାଧିକାରୀ ଶ୍ରୀ ଆନନ୍ଦ ରାଓ ମାଝୀଙ୍କ ସହ ଆଲୋଚନା କରିବା ସହ ତାଙ୍କ ବଗିଚାରେ ଆଳୁ ରୋପଣ କରିଥିଲେ । ଏହି କ୍ରମରେ କାଶିପୁର ବ୍ଲକର ସିଲାଗୁମା ପଦର ଗ୍ରାମ ସ୍ଥିତ ପୂର୍ବ ୨୦୨୪-୨୫ ବର୍ଷର ରୋପଣ କରାଯଇଥିବା ଛାୟା ବୃକ୍ଷ ବଗିଚା ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା ମାଧ୍ୟମରେ ଏହି ବଗିଚାର ସୁଫଳ ବିଷୟରେ ବୁଝାଇଥିଲେ ।
ଅପରାହ୍ନରେ ନିର୍ଦ୍ଦେଶକ ମୋହଦୟ କୋଲନରା ବ୍ଲକର କିଛି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପରିଦର୍ଶନ କରିଥିଲେ । ରେଖା ପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ତୁମ୍ୱାଗୁଡା ଗ୍ରାମରେ ସର୍ବସାଧାରଣଙ୍କ ବ୍ୟବହାର ନିମିତ୍ତ ପ୍ରଧାନ ମନ୍ତ୍ରୀ କୃଷି ସଂଞ୍ଚାଲ ଯୋଜନା ୨.୦ ଅର୍ନ୍ତଭୁକ୍ତ ଜଳବିଭାଜିକା କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇ ଥିବା ଜଳ ଅମଳ ପ୍ରକଳ୍ପ ଓ ଗ୍ରାଭିଟିଫ୍ଲୋ ଷ୍ରକଟର ପରିଦର୍ଶନ କରିଥିଲେ । ଉତ୍ପାଦକ ପ୍ରଣାଳୀ ଏବଂ ଲଘୁ ଉଦ୍ୟାଗ ଅଂଶରେ ସହାୟତା । ଏହି ପରେ ସେ ତୁମ୍ୱାଗୁଡା ଗ୍ରାମର ହିତାଧିକାରୀ ଶ୍ରୀ ଏ.ଭେଙ୍କେଟି ହାରକାଙ୍କର ପମ୍ପସେଟ ଏବଂ ପ୍ରିଣ୍ଟ୍ରର ଓ ଜେରକ୍ସ ମେସିନ ୟୁନିଟ୍ ଟିକୁ ପରିଦର୍ଶନ କରିଥିଲେ । ଯାହାକି ତାଙ୍କୁଉତ୍ପାଦନ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପୁନଶ୍ଚ ମା ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀର ଫ୍ଲୋର ମିଲ ଏବଂ ମା ତାରାତାରୀଣୀ ସ୍ୱୟଂ ସହାୟକ ଗୋଷ୍ଠୀର କୃଷି ଯନ୍ତ୍ର ପାତି ଯଥା-ୱିଡର ଓ ସ୍ପ୍ରେର ମେସିନ ଦେଖିଥିଲେ । ଯାହାର ଆର୍ଥିକ ସହାୟତା ତାଙ୍କୁ ଜୀବିକା ଅଂଶରେ ପ୍ରଦାନ କରାଯାଇଥିଲା । ଏହି କ୍ରମରେ ସେ ରେଖାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରୁଜୁ ଗୁଡା ଗ୍ରାମରେ ଗୋଟିଏ ଚେକ ଡେମ ଏବଂ ଗୋଟିଏ କ୍ଷେତ୍ର କେନାଲ ପରିଦର୍ଶନ କରିଥିଲେ । ତତ୍ ସଂଙ୍ଗେ ସଂଙ୍ଗେ ହିତାଧିକାରୀ ଶ୍ରୀ ଜୟକୃଷ୍ଣ ହାରକାଙ୍କ କୁକୁଡା ଫାର୍ମ ୟୁନିଟ ପରିଦର୍ଶନ କରିଥିଲେ । ଯାହାକି ତାଙ୍କୁ ଉତ୍ପାଦନ ପ୍ରଣାଳୀ ଏବଂ ଲଘୁ ଉଦ୍ୟଗ ଅଂଶରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟ ଗୁଡିକ ପ୍ରଦର୍ଶନ କରି ନିଜର ସନ୍ତୋଷ ବ୍ୟକ୍ତ କରିଥିଲେ। ନିର୍ଦେଶକଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପାଣିଗ୍ରାହୀ,ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସମ୍ପଦ ସ୍ୱରୂପ ସାମଲ,ଅଭରସର ଶ୍ରୀ ମଧୁ ହନ୍ତାଲ, ଅଭରସର ଶ୍ରୀ ହାଡ଼ିବନ୍ଧୁ ଶବର, ମୃତ୍ତିକା ସଂରକ୍ଷଣ କ୍ଷେତ୍ର କର୍ମଚାରୀ ଶ୍ରୀ ଚିନ୍ନୟ ନାୟକ,ଶ୍ରୀ ରାଜେଶ ଗୌଡ,ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶ୍ରୀ ରାକେଶ ମିଶ୍ର ଏବଂ ଉଦ୍ୟାନ କ୍ଷେତ୍ର କର୍ମଚାରୀ ଶ୍ରୀ ପ୍ରତୀକ ସେନାପତି,ସ୍ୱଚ୍ଛାସେବୀ ଶ୍ରୀ ଅଂଗଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।