ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଆ ଖବର ): ପୋଖରୀରୁ ଗାଧୋଇ ସାରି ଫେରିବା ବାଟରେ ଆକ୍ରମଣ | ଆକ୍ରମଣରେ ଲହୁ ଲୁହାଣ ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି | ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନିଆରୀବାଡ଼ି ଗ୍ରାମରେ | ସୂଚନା ମୁତାବକ କନିଆରୀବାଡ଼ି ଗ୍ରାମର କୃଷ୍ଣ ସାହୁଙ୍କ ଶଳା ବାବୁ ସାହୁ(18) ଦୀର୍ଘ ନଅ ମାସ ହେବ ତାଙ୍କ ପାଖରେ ରହି ଛଚିନାରେ ଏକ ଦୋକାନ କରିବା ସହ ଅଟୋ ଚଳାଉଥିଲେ | କିନ୍ତୁ ଗତକାଲି ଅର୍ଥାତ 24 ତାରିଖ ରାତି ପ୍ରାୟ ଦଶ ଟା ସମୟରେ ତାଙ୍କ ଶଳା ନଦୀରୁ ଗାଧେଇ ସାରି ଫେରିବା ସମୟରେ ବାଟରେ ତାଙ୍କୁ ଆକ୍ରମଣ ହୋଇଥିଲା | ଅଭିଯୋଗ ମୁତାବକ ଆକ୍ରମଣ କରିଥିବା ଲୋକ ହେଉଛନ୍ତି କନିଆରୀବାଡ଼ି ଗ୍ରାମର ରଙ୍କ ସାହୁ ଙ୍କ ପୁଅ ସନ୍ତୋଷ ସାହୁ ଏଵଂ ସନ୍ତୋଷ ସାହୁଙ୍କ ଦୁଇ ପୁଅ ରବି ସାହୁ ଓ ରାଜେଶ ସାହୁ | ତିନି ଜଣ ମିଶି ଖଣ୍ଡା ଏଵଂ ଲୁହା ରଡ଼ ରେ ଆକ୍ରମଣ କରିଥିବା ସୂଚନା ମିଳିଛି | ଆକ୍ରମଣରେ ବାବୁ ସାହୁ ଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ପ୍ରଥମେ ସୁମଣ୍ଡଳ ଓ ପରେ ଖଲ୍ଲିକୋଟ ମେଡିକାଲ ନିଆଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି | ଏ ନେଇ ବାବୁ ସାହୁ ଙ୍କ ଭିଣୋଇ ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ଅଶୋକ କୁମାର ହାଂସଦ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହିତ ସନ୍ତୋଷ ସାହୁ,ରାଜେଶ ଓ ରବି କୁ ଥାନା କୁ ଆଣି ଅଟକ ରଖା ଯାଇଥିବା ସୂଚନା ଦେଇଛନ୍ତି | ତେବେ ଅପରପକ୍ଷ ମଧ୍ୟ ଏ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି | ଉଭୟ ପକ୍ଷରୁ ଥାନା କେଶ ନମ୍ବର 304 ଓ 305/24 ରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା କହିଛନ୍ତି ଆଇଆଇସି |
More Stories
କୁଶରାବ ଗ୍ରାମରେ ଜଣେ ବ୍ୟକ୍ତି ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା, ଚାଷଜମିକୁ ପାଣି ମଡ଼ାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସନ୍ଦେହ l
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ଘରେ ପଶି ମାଇଁଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ରେ ଭଣଜା ଗିରଫ l