ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଶା ଖବର ):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ବିରୁଝୁରି ପଞ୍ଚାୟତର ପି.ନୂଆଗାଁ ରେ ରବିବାର ବିଳମ୍ବିତ ରାତିରେ କବାଟ, ଗ୍ରିଲ ଭାଙ୍ଗି ଆଲମାରୀ ରୁ ଲକ୍ଷାଧିକ ଟଙ୍କା ସହିତ ଲାପଟପ, ସୁନା ଜିନିଷ ଚୋରୀ ହୋଇଥିବା ଅଭିଯୋଗ ଆସିଛି | ଉକ୍ତ ଗ୍ରାମର ସୁଦର୍ଶନ ଜେନା,ତାଙ୍କ ସାନ ଭାଇ ପରିବାର ସହିତ ମିଶି ନିଜ ଦାଣ୍ଡ ଘରେ ସୋଇଥିବା ବେଳେ ରାତି ପ୍ରାୟ ଗୋଟାଏ ସମୟରେ ଦୁର୍ବୁର୍ତ୍ତ ମାନେ ଘର ବାରି ପଟୁ ଆସି ଗ୍ରିଲ ର ତାଲା ଭାଙ୍ଗିବା ସହ ଅନ୍ୟ ଏକ କବାଟକୁ କଣା କରି ଘର ଭିତରକୁ ପଶିଥିଲେ | ଘର ଭିତରେ ଥିବା ଗଡ଼ରେଜକୁ ଖୋଲି ଲକ୍ଷାଧିକ ଟଙ୍କା ସମେତ ଲାପଟପ ଓ ସୁନା ଜିନିଷ ନେଇ ପଳେଇ ଯାଇଥିଲେ | ଏକ କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇ ଫୋପାଡ଼ି ଦେଇଥିଲେ | ଆଲମାରୀରେ ଥିବା ଲୁଗାପଟାକୁ ମଧ୍ୟ ଏଣେତେଣେ ଫିଙ୍ଗି ଦେଇ ବାରି ପଟ ଦେଇ ଦୁର୍ବୁର୍ତ୍ତ ମାନେ ପଳେଇ ଯାଇଥିବା ଅଭିଯୋଗ ହୋଇଛି | ସୂଚନା ପ୍ରକାରେ ସୁଦର୍ଶନଙ୍କ ଦୁଇ ଘର ଛାଡି ଅନ୍ୟ ଏକ ଘରର କବାଟରେ କଣା କରି ଚୋରୀ କରିବାକୁ ଉଦ୍ୟମ କରିଥିବା ବେଳେ ଘର ମାଲିକ ଉଠି ଯିବାରୁ ଚୋର ସେହି ଘରୁ ଚୋରୀ କରିବାରେ ଅସଫଳ ହୋଇଥିଲେ | ସୁଦର୍ଶନ ଙ୍କ ପତ୍ନୀଙ୍କ କହିବା ପ୍ରକାରେ ସେ ଯେତେବେଳେ ବିଞ୍ଚଣାରୁ ଉଠିଥିଲେ ତାଙ୍କ ମୁଣ୍ଡ ବୁଲେଇ ହେବା ସହ ପଡିଯାଇଥିଲେ | ତେଣୁ ଚୋର କିଛି ରାସାୟନିକ ପଦାର୍ଥ ବ୍ୟବହାର କରିଥିବା ବି ଅନୁମାନ କରାଯାଉଛି | ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ମାତ୍ରାଧିକ ଚୋରା ଦେଶୀ ମଦ ବିକ୍ରି ସାଙ୍ଗକୁ ଜୁଆ ଖେଳ ଚାଲୁଥିବାରୁ ଏଭଳି ଘଟଣା ଘଟୁଥିବା କହିଛନ୍ତି ଉକ୍ତ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ବିନାୟକ ନାୟକ | ତେବେ ଏ ନେଇ ବେଗୁନିଆପଡା ଥାନାରେ ଲିଖିତ ଅଭିଯୋଗ ପରେ ଥାନା ଆଇଆଇସି ଅଶୋକ କୁମାର ହାଂସଦ, ଏସଆଇ ଟୁନା ପୀଡ଼ିକା ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହିତ ଥାନା କେଶ ନମ୍ବର 309/24 ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି |


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.