ରିପୋର୍ଟ :ଦେବାଶିଷ
ବେଗୁନିଆପଡା, (ଆମ ଓଡ଼ିଆ ଖବର ): ପୋଖରୀରୁ ଗାଧୋଇ ସାରି ଫେରିବା ବାଟରେ ଆକ୍ରମଣ | ଆକ୍ରମଣରେ ଲହୁ ଲୁହାଣ ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତି | ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କନିଆରୀବାଡ଼ି ଗ୍ରାମରେ | ସୂଚନା ମୁତାବକ କନିଆରୀବାଡ଼ି ଗ୍ରାମର କୃଷ୍ଣ ସାହୁଙ୍କ ଶଳା ବାବୁ ସାହୁ(18) ଦୀର୍ଘ ନଅ ମାସ ହେବ ତାଙ୍କ ପାଖରେ ରହି ଛଚିନାରେ ଏକ ଦୋକାନ କରିବା ସହ ଅଟୋ ଚଳାଉଥିଲେ | କିନ୍ତୁ ଗତକାଲି ଅର୍ଥାତ 24 ତାରିଖ ରାତି ପ୍ରାୟ ଦଶ ଟା ସମୟରେ ତାଙ୍କ ଶଳା ନଦୀରୁ ଗାଧେଇ ସାରି ଫେରିବା ସମୟରେ ବାଟରେ ତାଙ୍କୁ ଆକ୍ରମଣ ହୋଇଥିଲା | ଅଭିଯୋଗ ମୁତାବକ ଆକ୍ରମଣ କରିଥିବା ଲୋକ ହେଉଛନ୍ତି କନିଆରୀବାଡ଼ି ଗ୍ରାମର ରଙ୍କ ସାହୁ ଙ୍କ ପୁଅ ସନ୍ତୋଷ ସାହୁ ଏଵଂ ସନ୍ତୋଷ ସାହୁଙ୍କ ଦୁଇ ପୁଅ ରବି ସାହୁ ଓ ରାଜେଶ ସାହୁ | ତିନି ଜଣ ମିଶି ଖଣ୍ଡା ଏଵଂ ଲୁହା ରଡ଼ ରେ ଆକ୍ରମଣ କରିଥିବା ସୂଚନା ମିଳିଛି | ଆକ୍ରମଣରେ ବାବୁ ସାହୁ ଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ପ୍ରଥମେ ସୁମଣ୍ଡଳ ଓ ପରେ ଖଲ୍ଲିକୋଟ ମେଡିକାଲ ନିଆଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି | ଏ ନେଇ ବାବୁ ସାହୁ ଙ୍କ ଭିଣୋଇ ଥାନାରେ ଅଭିଯୋଗ କରିବା ପରେ ଥାନା ଆଇଆଇସି ଅଶୋକ କୁମାର ହାଂସଦ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ସହିତ ସନ୍ତୋଷ ସାହୁ,ରାଜେଶ ଓ ରବି କୁ ଥାନା କୁ ଆଣି ଅଟକ ରଖା ଯାଇଥିବା ସୂଚନା ଦେଇଛନ୍ତି | ତେବେ ଅପରପକ୍ଷ ମଧ୍ୟ ଏ ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି | ଉଭୟ ପକ୍ଷରୁ ଥାନା କେଶ ନମ୍ବର 304 ଓ 305/24 ରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା କହିଛନ୍ତି ଆଇଆଇସି |


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.