ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଫର୍ଜି କାଗଜ ଦେଖାଇ ଅର୍ଥ ଆତ୍ମସାତ ଘଟଣାରେ ଟାଙ୍ଗୀ ଶାଖାର ବ୍ରାଞ୍ଚ ମ୍ୟାନେଜର କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗୀ ପୋଲିସ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ରହିଛି ଏକ ପ୍ରାଇଭେଟ୍ ଅର୍ଥ ଲଗାଣକାରୀ ସଂସ୍ଥା , ଆଉ ଯାହାର ନାମ ରହିଛି କିର୍ତ୍ତନ ଫିନ୍ସର୍ଭ ଫାଇନ୍ସା ପ୍ରାଇଭେଟ୍ ଲିମିଟେଡ଼ ର ଶାଖା କାର୍ଯ୍ୟାଳୟ । ଟାଙ୍ଗୀ ଶାଖାର ମ୍ୟାନେଜର ଭାବେ ଦୀପକ କୁମାର ସାହୁ ଦାଇତ୍ଵ ନେଇଥିଲେ । ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ପରେ ୮୪ ହଜାର ୮୯୦ ଟଙ୍କା ପୈଠ ନକରି ଫର୍ଜି କାଗଜ ଦେଖାଇ ନିଜେ ଏହି ଅର୍ଥ ଆତ୍ମସାତ କରିଥିବା ଜଣାପଡିବା ପରେ ସଂସ୍ଥା ର ଉପରିସ୍ଥ ଅଧିକାରୀ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ । ଟାଙ୍ଗୀ ଥାନାର ତଦନ୍ତକାରୀ ଅଧିକାରୀ ତଥା ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ମନ୍ମଥ କୁମାର ନାଥ ଘଟଣାର ତଦନ୍ତ କରିବା ପରେ ଅଭିଯୁକ୍ତ ତଥା କିର୍ତ୍ତନ ଫିନ୍ସର୍ଭ ଫାଇନ୍ସା ପ୍ରାଇଭେଟ୍ ଲିମିଟେଡ଼ ର ଟାଙ୍ଗୀ ଶାଖା ପରିଚାଳକ ( ମ୍ୟାନେଜର ) ଦୀପକ କୁମାର ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
ଫର୍ଜି କାଗଜରେ ଅର୍ଥ ଆତ୍ମସାତ ; ଟାଙ୍ଗୀ ବ୍ରାଞ୍ଚ ମ୍ୟାନେଜର ଗିରଫ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.