ଚିଲିକା (ଆମ ଓଡ଼ିଶା ଖବର ) ଜଗତର ନାଥ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପଲ୍ଲୀ ରୁ ସହର ସବୁଠି ଧୁମଧାମରେ ପାଳିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳରେ ରଥଯାତ୍ରା ପାଳିତ ହୋଇଯାଇଛି । ଟାଙ୍ଗୀ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ରେ ଠାକୁରଙ୍କ ନୀତିକାନ୍ତୀ ସମ୍ପନ୍ନ ହେବା ପରେ ବିଧିବିଧାନ ଅନୁଯାୟୀ ପହଁଣ୍ଡି କାର୍ଯ୍ୟ ତା’ପରେ ଠାକୁର ରାଜା ଭାରତ ଭୂଷଣ ଜଗଦ୍ଦେବ ଙ୍କ ଦ୍ଵାରା ଛେରାପହଁରା ସେବା ସମ୍ପନ୍ନ ହୋଇଥିଲା । ଆଉ ଶେଷରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଶହ ଶହ ଜଗନ୍ନାଥ ପ୍ରେମୀ ଭକ୍ତ-ଶ୍ରଦ୍ଧାଳୁ ରଥଟଣା କାର୍ଯ୍ୟରଜ ସାମିଲ ହୋଇ ଶ୍ରୀ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥଟାଣି ନେଇଥିଲେ । ରଥର ଡାହୁକ ଡାକ ଦେବା ପରେ ଘଣ୍ଟ-ଝାଞ୍ଜ ସାଙ୍ଗକୁ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ଟାଙ୍ଗୀ ଅଞ୍ଚଳର ପ୍ରକମ୍ପିତ ହୋଇଥିଲା । ଆଜକୁ ଦୀର୍ଘ ୨୨ ବର୍ଷ ଧରି ଟାଙ୍ଗୀ ଅଞ୍ଚଳରେ ରଥଯାତ୍ରା ପାଳିତ ହୋଇ ଆସୁଛି ବୋଲି ଠାକୁର ରାଜା ଭାରତ ଭୂଷଣ ଜଗଦ୍ଦେବ କହିଛନ୍ତି । ଠିକ୍ ସେହିପରି ବାଣପୁର , କୁହୁଡ଼ି , ବ୍ରଜ-ଗୋପୀକା ଧାମ , ଭୁଷଣ୍ଡପୁର ଅଞ୍ଚଳରେ ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ରଥଯାତ୍ରା ।
More Stories
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର
ବୋଲଗଡ଼ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଯୁବ ବ୍ୟବସାୟୀ ଗଣେଶଙ୍କ ହୃଦଘାତରେ ପରଲୋକ ।