ଖୋର୍ଦ୍ଧା (ama ଓଡ଼ିଶା ଖବର )ଟାଙ୍ଗୀ ଅଞ୍ଚଳର ଗୈ।ରବ ଏବଂ ଟାଙ୍ଗୀ ରଥଯାତ୍ରାର ଠାକୁର ରାଜା ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଭାରତ ଭୂଷଣ ଜଗଦ୍ଦେବ ମିଳିଛି ଡକ୍ଟରେଟ ଉପାଧି । ଶ୍ରୀ ଜଗଦ୍ଦେବ ଏକାଧାରରେ ଜଣେ ବରିଷ୍ଠ ଆଇନଜୀବୀ , ସୁ-ଶାସକ , ଜ୍ୟୋତିଷ ବିଶାରଦ , କବି ଓ ଲେଖକ । ଜ୍ୟୋତିଷ ଶାସ୍ତ୍ର ଉପରେ ଶ୍ରୀ ଜଗଦ୍ଦେବ ଗବେଷଣା କରି ଜ୍ୟୋତିର୍ବିଦ୍ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ନିଜ ଭିଟାମାଟି ର ଦେବାଦେବୀ ଏବଂ ଜଗନ୍ନାଥଙ୍କ ଉପରେ ଏକାଧିକ କାବ୍ୟ ରଚନା କରିବା ସହିତ ସୁ-ରଚିତ ପୁସ୍ତକ ଉନ୍ମୋଚିତ କରି ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଆଉ ଏବେ ଏହି ଜ୍ୟୋତିର୍ବିଦ୍ ତଥା ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ସମ୍ମାନ ଜନକ ଭାବେ ମିଳିଛି ଡକ୍ଟରେଟ ଉପାଧି । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଦେଶ ବିଦେଶରୁ ୧୨୦ ଜ୍ୟୋତିର୍ବିଦ୍ଯୋଗ ଦେଇଥିବା ବେଳେ ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଗବେଷଣା କରି ସଫଳତା ହାସଲ କରିଥିବା ଯୋଗୁଁ ଭାରତ ଭୂଷଣ ଜଗଦ୍ଦେବ ଙ୍କୁସମ୍ମାନ ଜନକ ଭାବେ ମିଳିଛି ଡକ୍ଟରେଟ ଉପାଧି । ମାନ୍ୟବର ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମୋଦ କୁମାର ପଟ୍ଟନାୟକଙ୍କ ଦ୍ୱାରା ଜ୍ୟୋତିଷ ଶାସ୍ତ୍ର ପାଇଁ ଏହି ସମ୍ମାନ ଜନକ ଉପାଧି ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳବାସୀ ଶ୍ରୀ ଜଗଦ୍ଦେବ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତ ଭୂଷଣ ଜଗଦ୍ଦେବ ଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ l

More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।