ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ରେ ବିଜୁ ଜନତା ଦଳର ସଂଗଠନ କୁ ତୃଣମୂଳ ସ୍ତରରୁ ମଜଭୁତ କରିବାପାଇଁ ପ୍ରତି ପଞ୍ଚାୟତ ଭଳି ଉଜ୍ଜଳାଗୋପୀନାଥପୁର ଗ୍ରା. ପ. ର ପ୍ରତେକ ୱାର୍ଡରୁ ପ୍ରାୟ ଶତାଧିକ ବରିଷ୍ଠ ଯୁବ ଛାତ୍ର ଙ୍କୁ ନେଇ ଏକ ବନ୍ଧୁମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ପୃଷ୍ଠ ଭାଗରେ ଏହି ବୈଠକ ର ନେତୃତ୍ୱ ନେଇଥିଲେ ପ୍ରଭାକର ରାଉତରାୟ,ପ୍ରଫୁଲ୍ଲ ଦଳେଇ, ଭାଗିରଥି ପରିଡା ଏବଂ ନିରଞ୍ଜନ ସ୍ୱାଇଁ l ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T- ତଥା ଆମ ଓଡିଶା ଅଧକ୍ଷ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ତ୍ୟାଗ, ନିଷ୍ଠା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତା ଓ ଚେତନା ଯୋଗୁ ଓଡିଶା ଏକ ବିକଶିତ ରାଜ୍ୟ ଭାବରେ ପରିଗଣିତ ହୋଇପାରିଛି l
ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଠାରୁ ସହର ଯାଏ “ନବୀନ ଓଡିଶା”ର ମହାନ ଲକ୍ଷ ସାଧିତ ହୋଇପାରୁଛି l ଆମେ ସମସ୍ତେ ମିଳିମିଶି ପୁନଃଶ୍ଚ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଗାଦିନାସୀନ କରିବାପାଇଁ ସମସ୍ତ ଘରକୁ ଘର ଯାଇ ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା ର ବାର୍ତ୍ତା ପହଞ୍ଚାଇବାକୁ ହେବ l ପ୍ରାକୃତିକ ବିପର୍ଯ୍ୟୟ,ରୋଗରେ ପୀଡିତ ରୋଗୀ, ଅସହାୟ ବ୍ୟକ୍ତି ମାନଙ୍କୁ ନିଜସ୍ୱ ବ୍ୟକ୍ତିଗତ ପାଣ୍ଠି ରୁ ସାହାର୍ଯ୍ୟ ସହଯୋଗ ର ହାତ ବଢ଼ାଇ ସେମାନଙ୍କ ସୁଖଦୁଃଖ ରେ ନିରନ୍ତର ନିଜକୁ ସାମିଲ କରୁଥିବା ଶ୍ରୀମତୀ ମହାପାତ୍ର ଙ୍କ ନେତୃତ୍ୱ ପଛରେ ସମସ୍ତେ ସଂଗଠିତ ହେବାପାଇଁ ଶପଥ ଗ୍ରହଣ କରିଥିଲେ l
More Stories
ବୋଲଗଡ଼ରେ ନୂତନ ତହସିଲଦାର ବିଜୟ ସେଠୀଙ୍କ ଯୋଗଦାନ ।
ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବରେ ବହୁ ପ୍ରତିଭା ସମ୍ବର୍ଦ୍ଧିତ ।
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର