ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l

କୋଦଳା, (ଆମ ଓଡିଶା ଖବର):କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ପାଳନ କରାଯାଇଅଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ରାଜନୀତି ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କ ନିମନ୍ତେ ଉଦବୋଧନ ଦେଇ ସେମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିଥିଲେ । ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ଲିପୁନ ମାଝୀ ଯୁକ୍ତ ତିନି ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କ ବିଭାଗ ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ତପସ୍ୱିନୀ କରଣ ବିଦାୟୀ ଛାତ୍ର ଛାତ୍ରୀଙ୍କୁ ନିଜର ଲକ୍ଷ୍ୟ ପୂରଣ ଦିଗରେ ବ୍ରତୀ ହେବା ପାଇଁ ଉତ୍ସାହ ଦେଇଥିଲେ । ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ନିଜ ନିଜର ତିନି ବର୍ଷର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।ପ୍ରାରମ୍ଭିକ ଓ ସମାପନ ସଂଗୀତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ପାଢ଼ୀ ଏବଂ ପ୍ରଥମ ବର୍ଷ ଛାତ୍ରୀ ଶାନ୍ତିଲତା ବେହେରା ଗାନ କରିଥିଲେ। ପରିଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ସୁଶ୍ରୀ ମନିଶା ସେଠି ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରଯାଇଥିଲା।

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!