ଧର୍ମଗଡ ( ଅମା ଓଡ଼ିଶା ଖବର) ଧର୍ମଗଡ ବ୍ଲକ୍ ବେହେରା ହାଇସ୍କୁଲ ପଡ଼ିଆରେ ୨୮ତମ ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତି ଯୋଗୀତ ଉଦଘାଟିତ ହୋଇଛି । ଉଦଘାଟନ ଦିବସରେ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗ ଦେଇ ଟ୍ରଫି ଉନ୍ମୋଚନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ତେଣ୍ଡାପାଳୀ ସରପଂଚ ଗୌଲଚନ ଗୋପାଲ, ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନ ମ୍ୟାଚ୍ ରେ ଛତିଶ ଗଡ ଏକାଦଶ କ୍ରିକେଟ କ୍ଳବ୍ ସହିତ ଆୟୋଜକ ବେହେରା କ୍ରିକେଟ କ୍ଳବ୍ ମଧ୍ୟରେ ଏକ ରୋମାଞ୍ଚ ଭରା ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବେହେରା କ୍ରିକେଟ କ୍ଳବ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୭ୱିକେଟ ହରାଇ ୧୮୦ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଟେମ୍ପୋ ୩୪ ବଲ ରେ ଏକ ବିସ୍ପୋରକ ପାଲି ଖେଳି ଶତକ ଅର୍ଜନ କରିଥିଲେ । ସେ ୧୦ ଛକା ଓ ୯ ଚୌକା ସହାୟତାରେ ୧୧୨ ରନ ସଂଗ୍ରହ କରିଥିଲେ । ୧୮୧ ରନ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଛତିଶଗଡ ଏକାଦଶ କ୍ରିକେଟ କ୍ଳବ୍ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୩ ରନ କରି ପରାଜୟ ହୋଇଥିଲେ ।
![](https://amaodishakhabar.com/wp-content/uploads/2024/02/img-20240205-wa00073316484064776906982-1024x768.jpg)
ଅମ୍ପାୟର ଭାବେ ଟଙ୍କଧର ପଟେଲ,ଅଜୟ ପଣ୍ଡା ଖେଲ ପରିଚାଳନା କରିଥିବା ବେଳେ ସ୍କୋରର ନିକୁଞ୍ଜ ସାହୁ, ଭାସ୍ୟକାର୍ ଭାବେ କ୍ଷୀର ବାଗ, ଜୟନ୍ତ ବାରିକ ଦାୟିତ୍ଵ ସମ୍ଭାଳି ଥିଲେ । ଆୟୋଜକ କମିଟି ସଭାପତି ମଣ୍ଟୁ ଅଗ୍ରୱାଲ, ସମ୍ପାଦକ ଭବେସ ଗଇନ୍ତା, ସଦସ୍ୟ ପିଣ୍ଟୁ ତିୱାରୀ, ପିଚ୍ କ୍ୟୁରେଟର ରଜନୀ କାନ୍ତ ନାଏକ, ଧନୁ ଗୋପାଲ, ତରେଶ୍ ବିଶି, ବାଳ ବିଶି, ହିମାଂଶୁ ନାଏକ ପ୍ରମୁଖ ସହଯୋଗ କରିଥିଲେ ।
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l