ଧର୍ମଗଡ: ୬/୨ ( ଆମ ଓଡ଼ିଶା ଖବର) ଛାତ୍ରଛାତ୍ରୀମାନେ ହିଁ ଓଡିଆ ସାହିତ୍ୟର ଭବିଷ୍ୟତ। ମାଁର ଭାଷା ହିଁ ମାତୃଭାଷା।ଜଗନ୍ନାଥ ସଂସ୍କୃତି ହିଁ ଓଡିଆମାନଙ୍କର ନିଜସ୍ୱ ସଂସ୍କୃତି। ଯେଉଁ ସଂସ୍କୃତି ଦୈନନ୍ଦିନ ଜୀବନର ଚାଲିଚଲଣୀ ଶିଖାଇଥାଏ ତାହା ଜଗନ୍ନାଥ ସଂସ୍କୃତି। ଜଗନ୍ନାଥ ହିଁ ଜୀବନର ପ୍ରତୀକ। ସନାତନ ଶୃଙ୍ଖଳାର ସଂରକ୍ଷକ ହିଁ ଜଗନ୍ନାଥ ସଂସ୍କୃତି ବୋଲି ଅତିଥି ମତବ୍ୟକ୍ତ କରିଛନ୍ତି। ଆଜି ଲଖିରାମ ଅଗ୍ରୱାଲ ଉଚ୍ଚ ମହାବିଦ୍ୟାଳୟ ଠାରେ ଚାଲିଥିବା ନୂଆ-ଓ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମଳନୀ ଉଦଯାପିତ ହୋଇଯାଇଛି। କଲେଜ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ପ୍ରିୟାନନ୍ଦ, ମୁଖ୍ୟ ବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଗଣେଶ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରଂଜନ କୁମାର ପଣ୍ଡା, ନିକୁଞ୍ଜ ବିହାରୀ ସାହୁ, ଫକୀର ଚଣ୍ଡି ପ୍ରମୂଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ମୋହନ ଚରଣ ବିଷି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ମଞ୍ଚପରିଚାଳନା କରିଥିଲେ। ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ଓଡିଆ କବିତା ଲିଖନ, ଜଗନ୍ନାଥ ସଂସ୍କୃତି ସଂପର୍କିତ ପ୍ରବନ୍ଧ ରଚନା, ସଂସ୍କୃତି ଜ୍ଞାନ, ମୋ ଜଗନ୍ନାଥ ଚିତ୍ରାଙ୍କନ, ଓଡିଆ ସଂସ୍କୃତି ବକୃତା, ଓଡିଆ ଭାଗବତ ପଠନ, ଓଡିଶୀ ନୃତ୍ୟ, ଓଡିଆ ପିଠା ପ୍ରସ୍ତୁତି, ଜଗନ୍ନାଥ ଭଜନ, ଓଡିଆ ହସ୍ତାକ୍ଷର ପ୍ରଭୃତି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଆଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ ପ୍ରମୂଖ ସହଯୋଗ କରିଥିଲେ।
ନୂଆ-ଓ ଓଡିଆ ଭାଷା ସମ୍ମିଳନୀ ଉଦଯାପିତ ।


More Stories
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ
ନିଶିଗନ୍ଧା ଭାଷା ଓ ସାହିତ୍ୟ ସଂସଦ ପକ୍ଷରୁ କବିତା ପାଠୋତ୍ସବ।