ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଟାଙ୍ଗୀ ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ପରିଚୟ ପତ୍ର ବିତରଣ ଉତ୍ସବ । ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକ ବିଜୟ କୁମାର ରାଉତ ଓ ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ ଙ୍କ ସଂଯୋଜନା ରେ ଟାଙ୍ଗୀ, ବଡପାରୀ, କୁହୁଡି, ରତନପୁର, ମଙ୍ଗଳାଯୋଡି, ସୁନ୍ଦରପୁର, କଳକଳେଶ୍ବର ପଞ୍ଚାୟତର ୫୩ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଡାକ୍ତର ମଧୁସୂଦନ ସେନାପତି ପ୍ରମୁଖ ଯୋଗ ଦେଇ ପରିଚୟ ପତ୍ର ବଣ୍ଟନ କରିଥିଲେ । ବରିଷ୍ଠ ନାଗରିକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବରିଷ୍ଠ ନାଗରିକମାନେ ଦାବି କରିଥିଲେ । ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା କୁ ଅଗ୍ରାଧିକାର ଭିତ୍ତିରେ ପ୍ରାଧାନ୍ୟ ଦିଆଯିବ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ନାଗରିକ ଘନଶ୍ୟାମ ମହାନ୍ତି, କୁବେର କଳସ,ଅରୁଣ ରଂଜନ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, କାହ୍ନୁଚରଣ ମିଶ୍ର, ଲିଙ୍ଗରାଜ ସାହୁ, ସଚିତ୍ର ସାମନ୍ତରାୟ, ପଠାଣି ସୁନ୍ଦରାୟ, ପ୍ରଶାନ୍ତ ବିଶ୍ବାଳ, ମନୋଜ କୁମାର ମାନସିଂହ, ଦିବାକର ରାଉତ, ଲକ୍ଷ୍ମୀଧର ଜେନା, ଉମେଶ ପ୍ରସାଦ ଧଳ, ବାସୁଦେବ ସିଂ, ବାସନ୍ତୀ ଜେନା, ସ୍ନେହଲତା ନନ୍ଦ, ଭାନୁମତୀ ଦେଇ, ଶାନ୍ତିଲତା କୋଦମାସିଂ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଟାଙ୍ଗୀ ଥାନା ଅଞ୍ଚଳର ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯିବ ବୋଲିି ମଞ୍ଚ ପକ୍ଷରୁ ଘୋଷଣା କରାଯାଇଥିଲା।
More Stories
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର
ବୋଲଗଡ଼ ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ।
ଯୁବ ବ୍ୟବସାୟୀ ଗଣେଶଙ୍କ ହୃଦଘାତରେ ପରଲୋକ ।