ବାଣପୁର (ଆମ ଓଡ଼ିଶା ଖବର ) ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଘାସଡିହ ଗ୍ରାମବାସୀ ଙ୍କ ମିଳିତ ଆନୁକୂଲ୍ୟରେ ଭାଟପଡା ସୀମା ଠାକୁର ବାବା ଗ୍ରାମେଶ୍ବର ଦେବ ମା ରାମ ଚଣ୍ଡୀଙ୍କ ପୀଠରେ ଚାରିଦିନ ଧରି ଚାଲିଥିବା ବିଶ୍ଵଶାନ୍ତି ବାର୍ଷିକ ମହାଜଜ୍ଞ ସୋମବାର ଉଦଯାପିତ ହୋଇଯାଇଛି I ଗତ ଶୁକ୍ରବାର ଅଙ୍କୁରାପଣ, ଶନିବାର ଜଳ ଯାତ୍ରା, ରବିବାର ସ୍ନାନ ଆହୁତି, ସୋମବାର ପୂର୍ଣ୍ଣାହୁତି ହୋଇଛି I ଶତାଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଗ୍ରାମ୍ୟ କମିଟି ପକ୍ଷରୁ ପ୍ରସାଦ ସେବନ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ଘାସଡିହ, ମୋହନପୁର ଗ୍ରାମବାସୀ ସହଯୋଗ କରିଥିଲେ I
ବାଣପୁର ବ୍ଲକ ଘାସଡିହ ଗ୍ରାମରେ ମା ରାମଚଣ୍ଡି ଦେବୀଙ୍କ ପୀଠରେ ବିଶ୍ଵାଶାନ୍ତି ବାର୍ଷିକ ମହାଯଜ୍ଞ l


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.