୩୬ ଘଣ୍ଟା ବିତିଲା ଆମରଣ ଅନଶନ ଜିଲ୍ଲା ଶିକ୍ଷା ବିଭାଗ ନିଦାବିଷ୍ଣୁ l
ରାୟଗଡା ୧୩/୧ ( ଆମ ଓଡ଼ିଶା ଖାବର ) : ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ର ୫୦କିମି ପରିବର୍ତ୍ତେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଆୟୋଜନ ନିମନ୍ତେ ସ୍ବେଚ୍ଛାସେବୀ ରଞ୍ଜନ ସ୍ବାଇଁ ଆମରଣ ଅନଶନରେ ବସିଛନ୍ତି l ତେବେ ଦୀର୍ଘ ୩୬ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷକ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରି ନିଘୋଡ଼ ନିଦ୍ରାରେ ଶୋଇଥିବା ଦେଖିବାକୁ ମିଳିଛି l ଫଳରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି l ସମ୍ପ୍ରତି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀଙ୍କ ତରଫରୁ ଦୃଢ଼ ପ୍ରତିଶୃତି ନମିଳିବା ଯାଏଁ ସମାଜ ସେବୀ ଶ୍ରୀ ସ୍ବାଇଁ ଅନୁରୂପ ଅନଶନ ଅବିରତ ରଖିବେ ବୋଲି କହିଛନ୍ତି l ଆଜି ଅନଶନ ସ୍ଥଳକୁ ମୁନିଗୁଡା ଅତିରିକ୍ତ ତହସିଲଦାର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭି. ଭାସ୍କର ରାଓ, ଏଇଇ ଅସର୍ଜ୍ୟ ଭଞ୍ଜ ଦେବ, ବିଷମ କଟକ ଏସଡିପପିଓ ସନ୍ତୋଶିନି ଓରାମ ପହଞ୍ଚି ଶ୍ରୀ ସ୍ଵାଇଁଙ୍କୁ ବୁଝା ସୁଝା କରିଥିଲେ l ତେବେ ଅନଶନକାରିଙ୍କ ଦାବୀ ପୁରଣ ନହେବା ଯାଏଁ ସେ ଜିଦ୍ ରେ ଅଟଳ ରହି ଅନଶନ ଜାରି ରଖିଛନ୍ତି l ସାମ୍ପ୍ରତିକ ସ୍ଥିତିରେ ଆମରଣ ଅନଶନକୁ ବିଭିନ୍ନ ରାଜନୈତିକ ଦଳ, ଅଭିଭାବକ, ବିଭିନ୍ନ ପଞ୍ଚାୟତ ସରପଞ୍ଚଙ୍କ ସମେତ ଅଞ୍ଚଳବାସୀ ସମର୍ଥନ ଜଣାଇ ଆସୁ ଥିବା ବେଳେ ଆଜି ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ସମର୍ଥନ କରିଥିବା ଦେଖୀବାକୁ ମିଳିଛି l ଶ୍ରୀ ସ୍ୱାଇଁ ସ୍ୱାସ୍ଥ୍ୟବସ୍ଥା ଅବନତି ହେଉଥିବାରୁ ସ୍ଥାନୀୟ ଚିକିତ୍ସା କେନ୍ଦ୍ର ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟେକ ସମୟରେ ଅନଶନକାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରୁଥିବା ଜଣାପଡିଛି l ତେବେ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବୋର୍ଡ଼ ପରୀକ୍ଷା କେନ୍ଦ୍ର ୫ କିଲୋମିଟର ଦୂରରେ ନିଶ୍ଚିନ୍ତ କରିବା କୌଣସି ଲିଖିତ ପ୍ରତିଶ୍ରୁତି ନମିଲିଛି ସେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରଖିବେ ବୋଲି ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି l ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନର ବୈମାତୃକ ମନୋଭାବକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି l ସରକାରଙ୍କ ନିୟମ ଅନୁସାରେ ୫ କିଲୋମିଟର ଦୁରତା ମଧ୍ୟରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା କେନ୍ଦ୍ର ହେବା ନିୟମ ରହିଛି। ହେଲେ ଅମ୍ୱାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମାଟ୍ରିକ ଛାତ୍ର ଛାତ୍ରୀ ମାନେ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ ହେବ ମୁନିଗୁଡା ୨୫ କିଲୋମିଟର ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି। ଉକ୍ତ ବିଷୟରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ସୁଦ୍ଧା ପ୍ରଶାସନର ଦୃଷ୍ଟି ପଡୁନି l ଏଥି ସକାଶେ ଗତ ରବିବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି ସ୍ବେଚ୍ଛାସେବୀ l ଆମରଣ ଅନଶନ ଆଜି ଦୁଇ ଦିନରେ ପହଞ୍ଚିଥିବା ବେଳେ ଦୀର୍ଘ ୩୬ ଘଣ୍ଟା ବିତିଗଲାଣି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ମିଳି ନଥିବା ଜଣାପଡ଼ିଛି l ଅନଶନ ପ୍ରଥମ ଦିନରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୀପକ ବେହେରା ଓ ମୁନିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଭି. ଭାସ୍କର ରାଓ ବିଷମ କଟକ ଏସଡିପିଓ ସନ୍ତୋଶିନି ଓରାମ ଉକ୍ତ ସ୍ଥାନରେ ପହଞ୍ଚି ଅନଶନକାରିଙ୍କୁ ବୁଝା ସୂଝା କରିଥିଲେ ସୁଦ୍ଧା କୌଣସି ସୁଫଳ ହୋଇନଥିଲା l
ରାୟଗଡା ଜିଲ୍ଲା ପ୍ରତିନିଧି ଅଜିତ କୁମାର ଭାତ୍ରା ଙ୍କ ନ୍ୟୁଜ ଆମ ଓଡିଶା ଖବର


More Stories
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।
ରାୟଗଡ଼ ଜିଲ୍ଲା ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ।