ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଇଣ୍ଟ୍ରାକ୍ଳବ୍ କ୍ରିକେଟ : ଇଗଲ କ୍ରିକେଟ୍ କ୍ଳବ୍ ବିଜୟୀ
ଖୋର୍ଦ୍ଧା:(ଆମ ଓଡ଼ିଶା ଖବର ) ଓଡ଼ିଶା କ୍ରିକେଟ ଆସୋସିଏସନ୍ ର କାର୍ଯ୍ୟକ୍ରମ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା କନିଷ୍ଠ ଇଣ୍ଟ୍ରା କ୍ଳବ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବି ଜେ ବି ହାଇସ୍କୁଲ ପଡିଆ ମିନି ଷ୍ଟାଡିୟମରେ କ୍ରିକେଟ ଆସୋସିଏସନ୍ ଅଫ ଦି ଦିଷ୍ଟ୍ରୀକ୍ଟ ଅନୁକୁଲ୍ୟ ରେ ସପ୍ତମ ଦିବସ ଖେଳରେ ଇଗଲ କ୍ରିକେଟ ଦଳ ଜଟଣୀ କ୍ରିକେଟ ଏକାଡେମି କୁ ୮ ୱିକେଟ୍ ରେ ପରାସ୍ତ କରିଛି। ଟସ୍ ରେ ବିଜୟ ହୋଇ ଜଟଣୀ ଦଳ ପ୍ରଥମେ ବ୍ୟାଟିଂ କରି ୨୭.୩ ଓଭର ରେ ସମସ୍ତ ୱିକେଟ୍ ହରାଇ ମାତ୍ର ୯୮ ରନ କରିଥିଲେ।ଦଳ ପକ୍ଷରୁ ଶୁଭମ୍ ପ୍ରଧାନ ସର୍ବାଧିକ ୪୩ ରନ୍ କରିଥିଲେ।ଇଗଲ ଦଳ ତରଫରୁ ଜଗନ୍ନାଥ ବେହେରା ହ୍ୟାଟ୍ରିକ ୱିକେଟ୍ ନେଇଥିବାବେଳେ ତୀର୍ଥଙ୍କର ଏବଂ ଦିପ୍ତାନ୍ସୁ ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ ।ଜବାବରେ ଇଗଲ ଦଳ ଦଳ ମାତ୍ର ୧୦.୩ ଓଭର ରେ ୨ ଟି ୱିକେଟ୍ ହରାଇ ଆବଶ୍ୟକ ୯୯ ରନ ସଂଗ୍ରହ କରିଥିଲେ।ତୀର୍ଥଙ୍କର ସାହୁ ୩୬ ଟି ବଲ ରୁ ୯ ଟି ଚଉକା ଓ ୩ ଟି ଛକା ସହ ୬୮ ରନ୍ ସଂଗ୍ରହ କରିଥିଲେ।ଖେଳକୁ ପ୍ରିତିରଞ୍ଜନ ବିଜୟଶିଂ ଓ ଚନ୍ଦ୍ର ମୋହନ ବରାଳ ପରିଚାଳନା କରିଥିବା ବେଳେ ସ୍କୋରର ରୂପେ ଜିତେନ୍ଦ୍ର ସେନାପତି ଦାୟିତ୍ୱ ରେ ଥିଲେ। ସୌମେନ୍ଦ୍ର ମହାନ୍ତି ମ୍ୟାଚ୍ ରେଫରୀ ଭାବେ ଓ ବ୍ରିଜେଶ ପ୍ରଧାନ ଏହି ମ୍ୟାଚ୍ ର ସଂଯୋଜକ ରୂପେ କାର୍ଯ୍ୟ କରିଥିଲେ। ବି ଜେ ବି ହାଇସ୍କୁଲ ପଡିଆ ରେ ଜିଲ୍ଲା ସ୍ତରୀୟ ପ୍ୟାରେଡ ଅଭିବାଦନ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ କୁ ୨୨ ତାରିଖରୁ ୨୮ ପର୍ଯ୍ୟନ୍ତ ସ୍ତଗିତ ରଖାଯାଇଥିଲା।୩୦/୦୧/୨୫ ରେ କେ ଟି ଗ୍ଲୋବାଲ କ୍ଲବ୍ ବନାମ ବ୍ଲ୍ୟୁ ବାର୍ଡ କ୍ଲବ୍, ଗୁରୁଜଙ୍ଗ ମଧ୍ୟରେ ମ୍ୟାଚ୍ ହେବ ବୋଲି ଚଣ୍ଡୀ ପ୍ରସାଦ ଆଚାର୍ଯ୍ୟ ଜଣାଇଛନ୍ତି।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
ନକଲି ପ୍ରମାଣପତ୍ରରେ ଚାକିରି ଆଉ ୫ ଜଣ ଅଭିଯୁକ୍ତ ଗିରଫ।
ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେପିର ସାଙ୍ଗଠନିକ ବୈଠକ ।
ଭୁବନେଶ୍ବର ଆଇନ ମହାବିଦ୍ୟାଳୟକୁ ମିଳିଲା ବିସିଆଇ ଅନୁମୋଦନ।