ବୋଲଗଡ଼ ଆଞ୍ଚଳିକ ବଣିକ ମହାସଂଘର ୧୩ତମ ବାର୍ଷିକ ଉତ୍ସବ ପାଳିତ ।
ଖୋର୍ଦ୍ଧା : (ଆମ ଓଡ଼ିଶା ଖବର) – ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସ୍ଥାନୀୟ ବଣିକ ମହାସଂଘ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ବୋଲଗଡ଼ ଆଞ୍ଚଳିକ ବଣିକ ମହାସଂଘର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ବଣିକ ସଂଘର ନୂତନ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବଣିକ ସଂଘ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ମିଳିତ ଗଣେଶ ପୂଜା ଭସାଣୀ ଉତ୍ସବ , ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ ଓ ସମସ୍ତଙ୍କର ଏକତା ମନୋଭାବ ବଜାଇ ରଖିଥିବାରୁ ପ୍ରଶଂସା କରିଥିଲେ ।ଏଥିରେ ମୁଖ୍ୟ ବକ୍ତା ଭାବେ ବୋଲଗଡ଼ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅସିତ କୁମାର ମହାପାତ୍ର ଯୋଗଡଥିଲେ । ସମ୍ମାନିତ ଅତିଥି ଭାବେ ସମାଜ ସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଟ ସଭ୍ୟ ବୃନ୍ଦାବନ ରଥ ସଂଯୋଜନା କରିଥିବା ବେଳେ ବିଭିନ୍ନ ବଜାର କମିଟି ର ସଭାପତି ଥିବା ରାଜେଶ୍ କୁମାର ମହାପାତ୍ର (ପପୁ) , ସନାତନ ସାହୁ , ଅଜିତ କୁମାର ପଟ୍ଟନାୟକ , ଅଭିମନ୍ୟୁ ବାଦି, ସଞ୍ଜୟ କୁମାର ବେହେରା , ତ୍ରିନାଥ ବୈରିଗଞ୍ଜନ , ବସନ୍ତ ମହାରାଜ ମଞ୍ଚଡ଼ିନ ଥିଲେ ।ମହା ସଂଘର ସମ୍ପାଦକ ପାଣ୍ଡବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ସ୍ବାଇଁ ସମେତ ବିଭିନ୍ନ କୃତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ , ଖୋର୍ଦ୍ଧା
More Stories
୧.୯୮ କୋଟି ବ୍ୟୟର ନୂତନ ରାସ୍ତାର ଉଦଘାଟନ କଲେ ସାଂସଦ ।
ସାମ୍ବାଦିକ ସମ୍ମିଳନୀର ଆୟୋଜକ ଥିଲେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କର୍ମୀ।
ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ଯୋଗ କର୍ମଶାଳା ଆୟୋଜିତ ।