ରାୟଗଡ଼ା ଜିଲ୍ଲା (ଆମ ଓଡିଶା ଖବର )ତା:-୨୧.୪.୨୦୨୫
ଜିଲ୍ଲା ସଂସ୍କୃତି ଭବନ ପରିସରରେ ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ଡ: ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶ୍ରୀନିବାସ ଆଚାରୀ ମୁଖ୍ୟବକ୍ତା ଓ ବରେଣ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଷିକା, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ନାଗରିକ କଲ୍ୟାଣ କମିଟିର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲ୍ଲୀନୂର ଓ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।
ପ୍ରାରମ୍ଭରେ ଡ: ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା ।
ମୁଖ୍ଯ ଅତିଥି ମହାନ ବ୍ୟକ୍ତିତ୍ୱଙ୍କ ସ୍ମୃତିଚାରଣ କରିବା ସହ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ତାଙ୍କ ଜୀବନାଦର୍ଶକୁ ଆପଣେଇବା ପାଇଁ ଯୁବପିଢିଙ୍କୁ ପ୍ରବର୍ତ୍ତାଇଥିଲେ । ଡ: ତ୍ରିପାଠୀଙ୍କ ଜନ୍ମସ୍ଥାନରୁ ନିଜ ଚାକିରୀ ଜୀବନ ପ୍ରାରମ୍ଭ କରିଥିବା ଶ୍ରୀଯୁକ୍ତ କହଁର ନିଜ ଅଭିଜ୍ଞତା ବଖାଣିବା ସମୟରେ ଛଳ ଛଳ ନୟନରେ ଭାବପ୍ରବଣ ହୋଇପଡିଥିଲେ । ମୁଖ୍ଯବକ୍ତା ସମେତ ସମସ୍ତ ବରେଣ୍ଯ ଅତିଥିବୃନ୍ଦ ମହାପୁରୁଷଙ୍କ ସ୍ମୃତିଚାରଣ କରିବା ସହ ଜଣେ ଅବିବାଦୀୟ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡାମ୍ବର ଜୀବନ ସମାଜରେ ଉତ୍ତମ ଚରିତ୍ର ଗଠନରେ ସହାୟକ ହୋଇପାରିବ ବୋଲି କହିଥିଲେ । ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ରଥ ନିଜ ସଂପର୍କୀୟ ଡ: ତ୍ରିପାଠୀଙ୍କ ବ୍ୟକ୍ତିଗତ ଗୁଣାବଳୀର ଗୁଣଗାନ ସହ ଜଣେ ଉତ୍ତମ ଶିକ୍ଷକ, ସାହିତ୍ୟିକ ଓ ସର୍ବୋପରି ଲକ୍ଷ୍ମଣ ନାୟକଙ୍କ ଜୀବନୀ ଲିଖନ ବିଷୟରେ ଆଲୋକପାତ କରିଥିଲେ ।
ଏଥି ନିମନ୍ତେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତ୍ତି ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଞୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭା seଗର କ୍ଷୀପ୍ର ଲେଖିକା କୁମୁଦିନୀ ମିଶାଲ, ଗ୍ରନ୍ଥାଗାରିକ ଡମ୍ବରୁଧର ପଣ୍ଡା, ବରିଷ୍ଠ ରାଜସ୍ବ ସହାୟୀକା ଭବାନୀ ଶବର, ସଂଯୋଜକ ସମ୍ରାଟ ସାହୁ, ରାଜେନ୍ଦ୍ର ଦୋରା, ରଞିତ ପିରବାକା,ଜି ଚନ୍ଦ୍ର ଶେଖର ପ୍ରମୁଖ ସମସ୍ତ କର୍ମକର୍ତ୍ତା ଆୟୋଜନରେ ସହଯୋଗ କରିଥିଲେ ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ
More Stories
ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦାରା ଆଇନ ସଚେତନତା କାର୍ଯ୍ୟକ୍ରମ।
ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଲ
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ।