ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ଚଳିତ ମାସ ତା :- ୨୧/0୪/୨୫ ତାରିଖ ଦିନ ଆଦିବାସୀ ସଂଘର୍ଷ ମୋର୍ଚା( ASM) ତରଫରୁ ଦେଶ ବ୍ୟାପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ ଅବସରରେ ରାୟଗଡ଼ା ଡାକ ବଗଂଲା ଠାରୁ ଏକ ଆଦିବାସୀ ସମାବେଶ ଆରମ୍ଭ ହୋଇ କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୨୦୨୫ ପରଠାରୁ ଛତିଶଗଡ଼ ଅନ୍ୟ ରାଜ୍ୟ ରେ ସୁରକ୍ଷା ବାହିନୀ ଶହ ଶହ ଆଦିବାସୀଙ୍କୁ ହତ୍ଯା ବଦଂ କରିବା, ଇସ୍ରାଇଲି ଡ୍ରୋନ୍, ମିଥ୍ୟା ଏନକାଉଣ୍ଟର, ବିଚାରାଧୀନ ହିଂସା ଓ ଯୁଦ୍ଧ ଉପକରଣର ବ୍ୟବହାର ଏବଂ “ଅପରେସନ୍ କାଗର” ବଦଂ କରିବା, ସାମରିକୀକରଣ ଆଦିବାସୀମାନକଂ ପଞ୍ଚମ ଅନୁସୂଚୀ ଅଞ୍ଚଳରେ ସୁରକ୍ଷା ଶିବିର ପ୍ରତିଷ୍ଠା ବିରୁଦ୍ଧରେ ସମ୍ପୃକ୍ତ ଗ୍ରାମ ସଭା ର ନିୟମ ଲାଗୁ କରିବା, ଛତିଶଗଡ଼ର ପୋଲିସ ବସ୍ତର ଅଞ୍ଚଳର ପ୍ରମୁଖ ଆଦିବାସୀ ନେତା ମନୀଷ କୁଞ୍ଜମଙ୍କୁ ଟାର୍ଗେଟ ବଦଂ କରିବା, ‘ନକ୍ସଲ-ମୁକ୍ତ ଭାରତ’ ନାମରେ ସାମରିକୀକରଣ ଅଭିଯାନ ରେ ଅବାଧ ଯୁଦ୍ଧ ସାମରିକ ଅଭିଯାନ ବଦଂ କରିବା, , “ସମନ୍ବିତ ବିକାଶ କେନ୍ଦ୍ର”ରେ ରିପୋର୍ଟ ଅନୁଯାୟୀ ହସ୍ପିଟାଲ, ସ୍କୁଲ, ରାସନ ବିଭିନ୍ନ କଲ୍ୟାଣକାରୀ ସେବା ପ୍ରଦାନ କରିବା, ଆଦିବାସୀମାନଙ୍କୁ ଜଙ୍ଗଲ, ଜମି ଏବଂ ମର୍ଯ୍ୟାଦା ଯୋଗାଇବା ,
ଯୁଦ୍ଧ ନୀତିକୁ ବିନାଶ ଯୁଦ୍ଧକୁ ତୁରନ୍ତ ବନ୍ଦ କରିବା, ନିର୍ଯାତିତ ଆଦିବାସୀଙ୍କ ପାଇଁ ଏକ ଗଣତାନ୍ତ୍ରିକ ସ୍ଥାନ ଏବଂ ପରିବେଶ ଗ୍ୟାରେଣ୍ଟି କରିବା, ଏନକାଉଣ୍ଟରରେ କେବଳ ହତ୍ୟା ବଦଂ କରିବା , ଆଦିବାସୀଙ୍କ ପ୍ରତିବାଦ ବିରୁଦ୍ଧରେ ଅତିରିକ୍ତ ନ୍ୟାୟିକ ହିଂସା ନୀତି ସାମ୍ବିଧାନିକ ଆଇନର ସମ୍ପୂର୍ଣ୍ଣ ବଦଂ କରିବା, ଖଣି ଏବଂ ଶିଳ୍ପାୟନ ନାମରେ କର୍ପୋରେଟ୍ ଲୁଟ୍ ବଦଂ କରିବା, ମାନବାଧିକାର କର୍ମୀ, ଜନ ଆନ୍ଦୋଳନର ନେତା ଏବଂ ନିର୍ଦ୍ଦୋଷ ଆଦିବାସୀଙ୍କୁ ମୁକ୍ତ କରିବା, ଅନ୍ୟାୟ ଭାବରେ ଦୋଷୀ ସାବ୍ୟସ୍ତ ହୋଇ ମିଥ୍ୟା ମାମଲାରେ ଜେଲ୍ ରୁ ମୁକ୍ତ କରିବା ନେଇ ଆଦିବାସୀ ସଂଘର୍ଷ ମୋର୍ଚା (ASM) ର ସର୍ବ ଭାରତୀୟ ନେତା ତ୍ରିପତି ଗମାଙ୍ଗ ଦାବି କରିଛନ୍ତି।
ପ୍ରାସ୍କା ରାମଚନ୍ଦ୍ର, ସଂଜୀବ ଶବର, କୈଳାସ ଶବର, ସୁଦୁରୁ ମଣି ମିଣିଆକା, କ୍ରୀଷ୍ଣା ପାଲାକା,ସବିତା କାଡ୍ରାକା, ନୀଳାଇ କିଲାକା, ବିଶ୍ଵନାଥ ମାଝୀ , ଦାସୁରୁ ପାତିକା, ମୂର୍ତ୍ତୀ ମିଣିଆକା, ଅଷ୍ଟମ ଉଲକା, ଆଚାନା ମାଣ୍ଡିଗିଂ, ଆଶ୍ରିଗା ଅଟକା, ନାଗ ରାଜୁ ଉପସ୍ଥିତ ଥିଲେ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।